ଯୌନ କ୍ଷମତା ବଢାଏ ସଜନା ଛୁଇଁ

ଯୌନ କ୍ଷମତା ବଢାଏ ସଜନା ଛୁଇଁ

ବିଶେଷ ଖବର

ଆପଣଙ୍କର ବାଡି ବଗିଚାରେ ସଜନା ଛୁଇଁ ଗଛ ନିଶ୍ଚୟ ଥିବ । ଏହାର ଛୁଇଁକୁ ଦୈନିକ ରୋଷେଇରେ ବ୍ୟବହାର କରୁଥିବେ । ହେଲେ ଆପଣ ଜାଣନ୍ତି କି,ଏହା କେତେ ଉପକାରୀ? ଏହା ଖାଇବାକୁ ଯେତିକି ସ୍ୱାଦିଷ୍ଟ , ତା’ଠାରୁ ଅଧିକ ସ୍ୱାସ୍ଥ୍ୟ ପାଇଁ ଭଲ । ସଜନା ଛୁଇଁ ଆମ ଶରୀରରେ ଦେଖାଯାଉଥିବା ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିଥାଏ । ଅନେକ ରୋଗର ନିରାକରଣରେ ଏହା ସାହାଯ୍ୟ କରିଥାଏ । ଥଣ୍ଡା ,କାଶ ,ଗଳା ବସି ଯାଇଥିଲେ ଓ ଛାତିରେ କମ୍ଫ ଜମିଯାଇଥିଲେ ସଜନା ଛୁଇଁ ଖୁବ ଫଳପ୍ରଦ ହୋଇଥାଏ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହା ଆମର ସେକ୍ସୁଆଲ ପାୱାର ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ  । ଏହାକୁ ପାଣିରେ ସିଝାଇ ସୁପ୍‌ କରି ପିଇଲେ ଏହା ଯୌନ କ୍ଷମତା ବଢାଇଥାଏ  । ଏହା ସହ ଆମର ପାଚନ ତନ୍ତ୍ରକୁ ମଜବୁତ୍‌ କରିଥାଏ  । ଏହା ଶରୀରରେ ରକ୍ତକୁ ସଫା କରିଥାଏ  । ଡାଇବେଟିସକୁ କଂଟ୍ରୋଲ କରିବାରେ ମଧ୍ୟ ଏହା ଖୁବ୍‌ ସାହାଯ୍ୟ କରିଥାଏ  । ଏଥିରେ ଆଂଟି ବ୍ୟାକ୍ଟେରିଆ ଗୁଣ ଥିବାରୁ ଏହା ଅନେକ ରୋଗର ସଂକ୍ରମଣରୁ ରକ୍ଷା କରିଥାଏ  ।

ସଜନା ଛୁଇଁରେ କଣ କଣ ଭିଟାମିନ ଥାଏ ?

ଏଥିରେ ଭିଟାମିନ-ସି ପ୍ରଚୁର ପରିମାଣରେ ଥାଏ  । ଏହାଛଡା ଏହା ବିଟା କେରୋଟିନ୍‌ ପ୍ରୋଟିନ୍‌ ଓ ଅନେକ ପ୍ରକାର ଲବଣରେ ଭରପୂର ଏବଂ ମାଗ୍‌ନେସିୟମ୍‌ ,ପୋଟାସିୟମ୍‌ ଓ ଫାଇବରର ଅଂଶ ଏହି ସଜନାରେ ରହିଛି ।

Powered by Froala Editor