ଗାର୍ଲଫ୍ରେଣ୍ଡ ସବାଙ୍କ ସହ ଲିଭ୍-ଇନ୍ରେ ରହିବେ ହ୍ରିତିକ୍!

ଗାର୍ଲଫ୍ରେଣ୍ଡ ସବାଙ୍କ ସହ ଲିଭ୍-ଇନ୍ରେ ରହିବେ ହ୍ରିତିକ୍!

ବିଶେଷ ଖବର

ମୁମ୍ବାଇ : ହ୍ରିତିକ ରୋଶନ ଏବେ ପୁଣି ଚର୍ଚ୍ଚାର ବିଷୟ ପାଲଟିଛନ୍ତି  । ଆଗରୁ ସେ ତାଙ୍କ ଗାର୍ଲଫ୍ରେଣ୍ଡ ସବାଙ୍କୁ ନେଇ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରୁଥିବା ବେଳେ ଏବେ ପୁଣି ଆଉ ଏକ କଥା ତାଙ୍କ ନାମରେ ଶୁଣିବାକୁ ମିଳୁଛି  । ଅଭିନେତା ହ୍ରିତିକ ରୋଶନ ବର୍ତ୍ତମାନ ସବା ଆଜାଦଙ୍କୁ ଡେଟ କରୁଛନ୍ତି । ହ୍ରିତିକ ଏବଂ ସବା ସେମାନଙ୍କର ସମ୍ପର୍କକୁ ଗ୍ରହଣ କରିଛନ୍ତି ଏବଂ ଉଭୟ ପ୍ରାୟତଃ ପରସ୍ପର ସହିତ ଅଧିକରୁ ଅଧିକ ସମୟ ବିତାଉଥିବାର ନଜର ଆସୁଛନ୍ତି ।

ଏଥି ପାଇଁ ଏହି ଯୋଡି ମୁମ୍ବାଇରେ ଏକ ଆର୍ପାଟମେଣ୍ଟ ମଧ୍ୟ ଠିକ କରି ସାରିଛନ୍ତି  । ଆଉ ଖୁବ ଶୀଘ୍ର ସେମାନେ ଏହି ଘରକୁ ସିପ୍ଟ ମଧ୍ୟ ହେବାକୁ ଯାଉଛନ୍ତି  । ରିପୋର୍ଟ ଅନୁସାରେ ଏହି ପ୍ରେମୀ ଯୁଗଳ ଏକା ସହିତ ରହିବାକୁ ଯୋଜନା କରୁଛନ୍ତି  । ହ୍ରିତିକଙ୍କ ଜଣେ ଘନିଷ୍ଠ ବନ୍ଧୁ କହିଛନ୍ତି ଯେ ସେ ତାଙ୍କ ଲେଡିଲଭ ସବାଙ୍କ ସହ ଦୀର୍ଘ ସମୟ ରହିବାକୁ ଚିନ୍ତା କରୁଛନ୍ତି । ରିପୋର୍ଟରେ ଏହା ମଧ୍ୟ ପ୍ରକାଶ କରାଯାଇଛି କି ସବା ଏବଂ ହ୍ରିତିକ ମୁମ୍ବାଇର ‘ମନ୍ନାତ’ ନାମକ ଏକ ବିଲ୍ଡିଂରେ ଥିବା ଆପାର୍ଟମେଣ୍ଟରେ ରହିବେ । ତାଙ୍କ ଆପାର୍ଟମେଣ୍ଟରେ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ଏହାର କାମ ସରିବା ମାତ୍ରେ ଏକାଠି ନୂଆ ଘରକୁ ଯିବେ ।


Powered by Froala Editor