ସାବଧାନ, ଠାକୁର ପୂଜା କଲାବେଳେ ଏମିତି ଭୁଲ କରୁଛନ୍ତିକି?

ସାବଧାନ, ଠାକୁର ପୂଜା କଲାବେଳେ ଏମିତି ଭୁଲ କରୁଛନ୍ତିକି?

ବିଶେଷ ଖବର

ଭୁବନେଶ୍ୱର : ହିନ୍ଦୁ ଧର୍ମରେ ସବୁ ଘରେ ପୂଜା ପାଠ ହୋଇଥାଏ  । ପୂଜା କରିବା ଭଗବାନ ପ୍ରତି ନିଷ୍ଠା ଓ ଶ୍ରଦ୍ଧା ଦର୍ଶାଇଥାଏ  । ବ୍ୟକ୍ତି ଯେତେବେଳେ ଭଗବାନଙ୍କ ପୂଜା କରିଥାନ୍ତି, ସେ ସାଂସାରିକ ମୋହ ମାୟାରୁ ଦୂରରେ ରୁହନ୍ତି  । ଆଧ୍ୟାତ୍ମିକ ସଂସାରରେ ପହଂଚିଯାଇଥାନ୍ତି  । ହେଲେ ପୂଜାର ଫଳ ସେତେବେଳେ ପ୍ରାପ୍ତ କରିଥାନ୍ତି,ଯେତେବେଳେ ଏହାକୁ ଠିକ ଭାବେ କରାଯାଇଥାଏ  ।

ଆମେ ସବୁ ଭଗବାନଙ୍କୁ ପୂଜା କରିଥାଉ  । ହେଲେ ଆମର ମନସ୍କାମନା ପୂର୍ଣ୍ଣ ହୋଇ ନଥାଏ  । କାରଣ ପୂଜାରେ ଜଣା-ଅଜଣାରେ ଆମର କିଛି ଭୁଲ ହୋଇଯାଇଥାଉ  । ଯେଉଁଥିପାଇଁ ଆମେ ଠିକ ଫଳ ପାଇ ନଥାଉ  । ପୂଜାରେ ଭୁଲ ନିୟମ ଯୋଗୁ ଏହା ଆମ ପାଇଁ ଦୁର୍ଭାଗ୍ୟ ହୋଇଯାଇଥାଏ  । ଆସନ୍ତୁ ଜାଣିବା ପୂଜା ପାଠର ଠିକ ବିଧି ଓ ନିୟମ  ।

ପୂଜା ପାଠ କରିବା ସମୟରେ ଏହି କଥା ଉପରେ ଧ୍ୟାନ ରଖନ୍ତୁ

-ପୂଜା କେବେ ବି ଠିଆ ହୋଇ କରନ୍ତୁ ନାହିଁ  । କିମ୍ବା ତଳେ ବସି ପୂଜା କରନ୍ତୁ ନାହିଁ  । ପୂଜା କରିବା ପୂର୍ବରୁ ଆସନ ପକାଇ ବସି ପୂଜା କରନ୍ତୁ  ।

-ବିନା ମୁଣ୍ଡ ଢାଙ୍କି ବି ପୂଜା କରିବା କଥା ନୁହେଁ  । ମାନ୍ୟତା ରହିଛି ଯେ ବିନା ମୁଣ୍ଡ ଢାଙ୍କି ପୂଜା କଲେ ତାର ଫଳ ମିଳିନଥାଏ  । ତେଣୁ ସ୍ତ୍ରୀ ବା ପୁରୁଷ ପୂଜା ବେଳେ ମୁଣ୍ଡ ଢାଙ୍କନ୍ତୁ  ।

-ପୂଜା ସ୍ଥାନ ଘର ଚଟାଣ ଠାରୁ ଟିକେ ଉଚ୍ଚ ହେବା ଦରକାର  । କାରଣ ଭଗବାନ ଶ୍ରେଷ୍ଠ, ତେଣୁ ତାଙ୍କର ବରାବର ପୂଜା କରିବା କଥା  । ତେଣୁ ଭଗବାନଙ୍କୁ ଉଚ୍ଚ ସ୍ଥାନରେ ସ୍ଥାପନ କରନ୍ତୁ  ।

- ପୂଜା କରିବା ସମୟରେ ଆପଣଙ୍କ ମୁହଁ ପୂର୍ବ ଦିଗକୁ ହେବା ଦରକାର  । ପୂଜା ବେଳେ ଘିଅ ଦୀପକୁ ବାମ ପାର୍ଶ୍ୱରେ ରଖିବା ଉଚିତ୍ ।

Powered by Froala Editor