ଭାଇରାଲ ହେଲା ଶ୍ରୀମନ୍ଦିର ଗର୍ଭଗୃହ ଫଟୋ

ଭାଇରାଲ ହେଲା ଶ୍ରୀମନ୍ଦିର ଗର୍ଭଗୃହ ଫଟୋ

ରାଜ୍ୟ ଖବର

ପୁରୀ: ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ । ରତ୍ନସିଂହାସନରେ ବିଜେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋ ଭାଇରାଲ । ଅବକାଶକାଳୀନ ଫୁଙ୍ଗୁଳା ଶ୍ରୀଅଙ୍ଗ ଫଟୋ! ଦେଶ ବିଦେଶରେ ଘୂରୁଛି ରତ୍ନସିଂହାସନ ଫଟୋ । ସୋସିଆଲ ମଡିିଆରେ ମହାପ୍ରଭୁଙ୍କ ଗୁପ୍ତ ନୀତିର ମାଳ ମାଳ ଫଟୋ । ଆକାଶ ଚୌଧୁରୀ ନାମକ ଜଣେ ବ୍ୟକ୍ତି ଏସବୁ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ୍‌ କରିଥିବା ସୂଚନା ରହିଛି ।କିଛି ସେବାୟତ କୁହନ୍ତି ଏହା ହେଉଛି ଶ୍ରୀମନ୍ଦିର ଫଟୋ । 

ବଡ଼ଦେଉଳକୁ ନେଇ ପ୍ରଶାସନର କୋହଳ ମାନସିକତା ମହଙ୍ଗା ପଡ଼ୁଛି । ଆଇନ ତଥା ପରମ୍ପରା ବିରୋଧୀ ହେଲେ ମଧ୍ୟ ବାରମ୍ବାର ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ହେଉଛି । ଶ୍ରୀମନ୍ଦିର ଚାରି ଦ୍ୱାରରେ ସଶସ୍ତ୍ର ପୁଲିସଙ୍କ ପହରା ରହିଛି । ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବା ଦଣ୍ଡନୀୟ ଅପରାଧ ସୂଚନା ରହିଛି । ପୁଣି ଯାଞ୍ଚରେ ସୁବିଧା ପାଇଁ ବଡ଼ଦାଣ୍ଡରେ ଲମ୍ବାଧାଡ଼ି ହୋଇ ଖରା ଗରମରେ ସିଝୁଛନ୍ତି ଶ୍ରଦ୍ଧାଳୁ । ହେଲେ ଶ୍ରୀମନ୍ଦିର ଭିତର ସୁରକ୍ଷା ସମ୍ପୂର୍ଣ୍ଣ ଫୁଙ୍ଗୁଳା । ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଭିତର ଫଟୋ ପୂର୍ବରୁ ବହୁବାର ଭାଇରାଲ ହୋଇଛି । ଏଥର ଠାକୁରଙ୍କ ଫଟୋ ଦେଖି ଜଗନ୍ନାଥ ପ୍ରେମୀଙ୍କୁ କଠୋର ଆଘାତ ଲାଗିଛି । ପ୍ରଶାସନିକ କର୍ମଚାରୀ ତଥା ସେବାୟତଙ୍କ ଯାତ୍ରୀ ତୁଷ୍ଟିକରଣ ନୀତି ପାଇଁ ଠାକୁରଙ୍କ ପରମ୍ପରା ଓ ଶ୍ରୀମନ୍ଦିର ସ୍ୱତନ୍ତ୍ରତା ବଳି ପଡ଼ୁଥିବା ସମାଲୋଚନା ହେଉଛି ।

Powered by Froala Editor