ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ରବିବାର ସନ୍ଧ୍ୟା ୫ଟାରେ ଲୋକସେବା ଭବନରେ ପ୍ରଦର୍ଶିତ ହେବ । ଲୋକସେବା ଭବନର ସମ୍ମିଳନୀ କକ୍ଷରେ କେବଳ ଯୁଗ୍ମ ସଚିବ ପାହ୍ୟାରୁ ଉପରିସ୍ଥ ଅଧିକାରୀମାନେ ଏହି ଚଳଚ୍ଚିତ୍ର ଦେଖିବାର ସୁଯୋଗ ପାଇବେ । ଏହି ଚଳଚ୍ଚିତ୍ର ଦେଖିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସବୁ ବିଭାଗକୁ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି ।
‘ଦମନ’ ଚଳଚ୍ଚିତ୍ରକୁ ରାଜ୍ୟ ସରକାର ଟିକସ ମୁକ୍ତ ଘୋଷଣା କରିଛନ୍ତି । ବାବୁସାନ ମହାନ୍ତି ଅଭିନୀତ ‘ଦମନ’ ଚଳଚ୍ଚିତ୍ର ଏବେ ସାରା ଦେଶରେ ଚହଳ ପକାଇଛି । ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏହା ଏକ ନୂଆ ଧାରା ସୃଷ୍ଟି କରିଛି । ସାରା ଦେଶରେ ଓଡ଼ିଆ ଦର୍ଶକ ଏହାକୁ ପସନ୍ଦ କରିଥିବାବେଳେ ଜାନୁଆରୀରେ ଏହାର ହିନ୍ଦୀ ଡବିଂ ଆସିବ ।
Powered by Froala Editor
