ତେଲକୋଇ : ତେଲକୋଇ ଥାନା କରମଙ୍ଗି ପଞ୍ଚାୟତ କୃଷ୍ଣପୁର କାଉଁଶି ନାଳୀ ସାହିରେ ବିଷାକ୍ତ ମହୁଲ ପୋଚ ଖାଇ ୬ଟି ଗୋରୁ ଓ ଗୋଟିଏ ଛେଳିର ମୃତ୍ୟୁ ହୋଇଥିବା ବେଳେ ୧୩ଟି ଗୋରୁଙ୍କ ଅବସ୍ଥା ଗୁରୁତର ରହିଛି । ଗ୍ରାମର ଚନ୍ଦ୍ରମଣି ମାଝିଙ୍କ ୩ଟି ଗୋରୁ, ସୋମାଇ ମାଝୀଙ୍କ ଗୋଟିଏ ଗୋରୁ ,ଲେମ୍ବୁ ସୋରେନଙ୍କ ଗୋଟିଏ ଗୋରୁ, ଦଶରଥ ମାଝିଙ୍କ ଗୋଟିଏ ଗୋରୁ ଓ ଗୋଟିଏ ଛେଳି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ତେବେ ଅଭିଯୋଗ ଅନୁଯାୟୀ, କାଉଁଶି ନାଳୀ ଗ୍ରାମର ଗୋରୁ ପଲ ଗାଁ ନିକଟସ୍ଥ ବନମାଳୀ ପାହାଡ଼କୁ ଚରି ବାକୁ ଯାଇଥିଲେ । ନିକଟସ୍ଥ ଗୁଳିଆ ନାଳୀ ଚାଷ ଜମିରୁ ଧାନ କଟା ସରିଥିବା ବେଳେ ଗୋରୁ ପଲ ସେଠାକୁ ଖାଦ୍ୟ ଅନ୍ୱେଷଣରେ ଚାଲି ଆସିଥିଲେ । ହେଲେ ପୂର୍ବରୁ ଚାଷ ଜମିରେ ଥିବା ବିଷାକ୍ତ ମହୁଲ ପୋଚକୁ ଗୋରୁ ପଲ ଖାଇ ଦେଇଥିଲେ । ଫଳରେ ଘଟଣା ସ୍ଥଳରେ ୬ଟି ଗୋରୁ ଓ ଗୋଟିଏ ଛେଳିର ମୃତ୍ୟୁ ହୋଇଥିବା ବେଳେ ଆଉ ୧୩ଟି ଗୋରୁଙ୍କ ଅବସ୍ଥା ଗୁରୁତର ରହିଛି ।
ଖବର ପାଇ ତେଲକୋଇ ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଚିକିତ୍ସା ଯୋଗାଇବା ସହିତ ଘଟଣାର ଅନୁଧ୍ୟାନ କରିଛନ୍ତି । ତେବେ ଫସଲ କୁ ବନ୍ୟଜନ୍ତୁଙ୍କ କବଳରୁ ସୁରକ୍ଷା ଦେବା ନଚେତ ଶିକାର ଉଦେଶ୍ୟରେ କେହି ମହୁଲ ପୋଚରେ ବିଷାକ୍ତ ପଦାର୍ଥ ମିଶାଇ ଜମିରେ ରଖିଥିବା ବେଳେ ଗୋରୁ ପଲ ଏହାକୁ ଖାଇବାରୁ ଏଭଳି ଅଭାବନୀୟ ଘଟଣା ଘଟିଥିବା କୁହା ଯାଉଛି ।
Powered by Froala Editor
