ପାକିସ୍ତାନ ସପକ୍ଷରେ ନାରା ଦେଲେ, ଗିରଫ ହେଲେ

ପାକିସ୍ତାନ ସପକ୍ଷରେ ନାରା ଦେଲେ, ଗିରଫ ହେଲେ

ଜାତୀୟ ଖବର

ବେଙ୍ଗାଲୁରୁ: କର୍ଣ୍ଣାଟକାର ବେଙ୍ଗାଲୁରୁରେ ଥିବା ନ୍ୟୁ ହୋରିଜୋନ କଲେଜ ଅଫ ଇଞ୍ଜିନିୟରିଂର ୩ ଜଣ ଶିକ୍ଷାର୍ଥୀ ପାକିସ୍ତାନ ଜିନ୍ଦାବାଦ ନାରା ଦେଇ ଗିରଫ ହୋଇଛନ୍ତି। ସେମାନେ ପାକିସ୍ତାନ ସପକ୍ଷରେ ନାରା ଦେବାର ଭିଡିଓ ଭାଇରାଲ ହେବା ପରେ ସମସ୍ତଙ୍କୁ ଗିରଫ କରାଯାଇଥିଲା।

ଏହି ଘଟଣା ପରେ ୩ ଶିକ୍ଷାର୍ଥୀଙ୍କୁ କଲେଜରୁ ମଧ୍ୟ ନିଲମ୍ବିତ କରାଯାଇଛି। ଗିରଫ ପରେ ସେମାନେ ଜାମିନରେ ମୁକୁଳିଛନ୍ତି। ଛାତ୍ରମାନେ ପାକ୍‌ ସପକ୍ଷରେ ନାରା ଦେଇଥିଲେ ମଧ୍ୟ ଏହା ଅଜାଣତରେ ଘଟିଥିବା ପୁଲିସ୍‌ କହିଛି।

ନ୍ୟୁ ହୋରିଜୋନ କଲଜ ଅଫ ଇଞ୍ଜିନିୟରିଂ ପକ୍ଷରୁ ନଭେମ୍ବ ୨୫-୨୬ରେ ଇଣ୍ଟର କଲେଜ ସମ୍ମିଳନୀ ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଛି। ଏହି ସମୟରେ ଶିକ୍ଷାର୍ଥୀମାନେ ସେମାନଙ୍କ ପସନ୍ଦର ଆଇପିଏଲ ଟିମ ଓ ଦେଶର ନାଁ ସପକ୍ଷରେ ନାରା ଦେଇଥିଲେ। ଏହି ସମୟରେ ଆର୍ୟ୍ୟନ, ଦିନାକର ଓ ରିୟା(ସମସ୍ତଙ୍କ ବୟସ ୧ରୁ ୧୮ ବର୍ଷ) ହଠାତ୍‌ ପାକିସ୍ତାନ ଜିନ୍ଦାବାଦ ନାରା ଦେଇଥିଲେ। ଘଟଣାର ଭିଡିଓ ଶୁଟିଂ କରୁଥିବା ଜଣେ ଛାତ୍ର ଏହାକୁ ରେକର୍ଡ କରି ନେଇଥିଲେ। ପରବର୍ତ୍ତୀ ଅବସ୍ଥାରେ ଏହା ଭାଇରାଲ ହୋଇଛି।

ଘଟଣା ପରେ ୩ ଶିକ୍ଷାର୍ଥୀଙ୍କ ପରିବାର ଲୋକଙ୍କୁକ କଲେଜ ପକ୍ଷରୁ ସମନ କରାଯାଇଥିଲା। ଏହି ସମୟରେ ସେମାନଙ୍କୁ ନିଲମ୍ବିତ କରାଯାଇଥିବା ଜଣାଇ ଦିଆଯାଇଥିଲା।



Powered by Froala Editor