ଜେଲେନସ୍କିଙ୍କୁ ଭେଟିଲେ ସୁନକ୍‌

ଜେଲେନସ୍କିଙ୍କୁ ଭେଟିଲେ ସୁନକ୍‌

ଜାତୀୟ ଖବର

କିଭ୍‌: ୟୁକ୍ରେନ୍ ରାଷ୍ଟ୍ରପତି ଭୋଲ୍‌ଡିମିର୍ ଜେଲେନସ୍କିଙ୍କୁ ସରପ୍ରାଇଜ୍ ଦେଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ରୁଷି ସୁନକ। ରୁଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ହଠାତ୍ ୟୁକ୍ରେନ୍ ଗସ୍ତରେ ଯାଇଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ। ସେ ୟୁକ୍ରେନ୍ ଯାଇ ଜେଲେନସ୍କିଙ୍କୁ ଭେଟିଛନ୍ତି ଏଥିସହ ତାଙ୍କୁ ସହାୟତା ଯୋଗାଇ ଦେବାକୁ ବଡ ପ୍ୟାକେଜ ଘୋଷଣା କରିଛନ୍ତି ସୁନକ। ବ୍ରିଟେନ୍ ପ୍ରଧାନମନ୍ତ୍ରୀ ହେବା ପରେ ସୁନକ ପ୍ରଥମ ଥର ପାଇଁ ୟୁକ୍ରେନ୍ ଗସ୍ତ କରିଛନ୍ତି।

ଜେଲେନସ୍କିଙ୍କୁ ଭେଟି ୫୦୦ ନିୟୁତ ପାଉଣ୍ଡର ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି ସୁନକ। ଯାହା ୟୁକ୍ରେନକୁ ରୁଷ ସହ ଲଢିବାକୁ ସହାୟକ ହେବ ବୋଲି କୁହାଯାଉଛି। ଏହି ଭେଟ୍‌ଘାଟ ବେଳେ ରୁଷି ସୁନକ କଳା ଜ୍ୟାକେଟ୍ ପିନ୍ଧିଥିବା ନଜର ଆସିଥିଲେ। ସୁନକ ୟୁକ୍ରେନ୍‌ର ରାଜଧାନୀ କିଭ୍‌ରେ ଜେଲେନସ୍କିଙ୍କ ସହ ମିଶି ଅନେକ ଅଞ୍ଚଳ ବୁଲି ଦେଖିଥିଲେ। ଏଥିସହ ଯୁଦ୍ଧ ବିଭିଷିକାର ଆକଳନ କରିଥିଲେ।
ସୁନକଙ୍କ ସମର୍ଥନ ପାଇଁ ଜେଲେନସ୍କିଙ୍କୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଟ୍ୱିଟ୍ କରି ସେ କହିଛନ୍ତି, ‘ଆପ ପକ୍ଷରେ ତୁମ ପରି ବନ୍ଧୁମାନଙ୍କ ସମର୍ଥନ ଆମକୁ ନିଶ୍ଚିତ ରୂପେ ବିଜୟ ହାସଲ ହେବ ବୋଲି ବିଶ୍ୱାସ ରହିଛି । ସ୍ୱାଧୀନତା ପାଇଁ ଠିଆ ହେବା ଅର୍ଥ କ’ଣ ତାହା ଉଭୟ ଦେଶ ଜାଣନ୍ତି।’

ୟୁକ୍ରେନର ଖେରସେନ ଅଞ୍ଚଳରୁ ରୁଷ ସେନା ପ୍ରତ୍ୟାହାର କରିବା ୟୁକ୍ରେନ ପାଇଁ ବଡ଼ ବିଜୟ କୁହାଯାଉଛି। ଏଭଳି ସ୍ଥିତିରେ ନାଟୋ ଦେଶଗୁଡିକ ୟୁକ୍ରେନ ଅଧିକ ଆର୍ଥିକ ଏବଂ ସାମରିକ ସହାୟତା ଯୋଗାଉଛନ୍ତି।

Powered by Froala Editor