ଉପକାରୀ ତେଜପତ୍ର, ଜାଣନ୍ତୁ ଶରୀରା କେଉଁ ସବୁ ସମସ୍ୟା ଦୂର କରେ?

ଉପକାରୀ ତେଜପତ୍ର, ଜାଣନ୍ତୁ ଶରୀରା କେଉଁ ସବୁ ସମସ୍ୟା ଦୂର କରେ?

ବିଶେଷ ଖବର

ଭୁବନେଶ୍ୱର : ଖାଦ୍ୟ ବନାଇବାରେ ତେଜପତ୍ରର ବ୍ୟବହାର ନା କେବଳ ଆପଣଙ୍କ ଖାଦ୍ୟର ସ୍ୱାଦକୁ ବଢାଇଥାଏ ବରଂ ସ୍ୱାସ୍ଥ୍ୟକୁ ଲାଭ ମଧ୍ୟ ପ୍ରଦାନ କରିଥାଏ । ଏହା ଏକ ଏମିତି ଜଡିବୁଟି ଯେଉଁଥିରେ ଭିଟାମିନ୍‌ ଏ ଏବଂ ସି ରହିବା ସହିତ ଫଲିକ୍‌ ଏସିଡ୍‌ ଭଳି ଆବଶ୍ୟକ ତତ୍ତ୍ୱ ମଧ୍ୟ ରହିଥାଏ । ଏହାଛଡା ତେଜପତ୍ରରେ ମିନେରାଲ୍ସ ମଧ୍ୟ ବହୁତ ମାତ୍ରାରେ ରହିଥାଏ ଯାହା ଅନେକ ପ୍ରକାରର ସ୍ୱାସ୍ଥ୍ୟକୁ ଲାଭ ପହଁଚାଇଥାଏ ।

ଆମ ଖାଦ୍ୟରେ ସ୍ୱାଦ ବଢାଇବା ପାଇଁ ତେଜପତ୍ର ବ୍ୟବହୃତ ହୁଏ । ଆମେ ଅନୁଭବ କରୁ ଯେ ତେଜପତ୍ର କେବଳ ଖାଦ୍ୟରେ ଭଲ ସୁଗନ୍ଧ ଆଣିବାରେ ସାହାଯ୍ୟ କରେ । କିନ୍ତୁ ଆଜି ଆମେ ଆପଣଙ୍କୁ ତେଜପତ୍ରର ଆହୁରି ଅନେକ ଉପକାରିତା ଗୁଣ ବିଷୟରେ ଜଣାଇବୁ । ତେଜପତ୍ର ଆମ ଚର୍ମ ଏବଂ କେଶକୁ ମଧ୍ୟ ସୁନ୍ଦର କରିଥାଏ । ସୌନ୍ଦର୍ୟ୍ୟ ବଢାଇବା ପାଇଁ ତେଜପତ୍ର ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

ମୁଖକୁ ଚିକ୍କଣ କରିଥାଏ: ଯେଉଁମାନଙ୍କ ମୁହଁରେ ଦାଗ ବା ପିମ୍ପଲ୍‌ ଥାଏ । ତେଜପତ୍ର ସେମାନଙ୍କ ପାଇଁ ଲାଭଦାୟକ ଅଟେ । ଏହାର ପେଷ୍ଟକୁ ଲଗାଇବା ଦ୍ୱାରା ମୁହଁରେ ଚମକ ଆସିଥାଏ ଏବଂ ସଫା ହୋଇଥାଏ । ଏହାର ପେଷ୍ଟ ବ୍ୟତୀତ ଆପଣ ତେଜପତ୍ରକୁ ପାଣିରେ ଫୁଟାଇ ସେହି ପାଣିରେ ମୁହଁ ମଧ୍ୟ ଧୋଇ ପାରିବେ । ଏହା ଆହୁରି ଭଲ ଫଳ ଦେଇଥାଏ ।

ସୂର୍ଯ୍ୟକିରଣରେ ତ୍ୱଚା କଳା ପଡିଲେ ଏହା ଅତ୍ୟନ୍ତ ଲାଭଦାୟକ: ଯେଉଁମାନଙ୍କର ମୁହଁ ଶକ୍ତିଶାଳୀ ସୂର୍ଯ୍ୟ କିରଣ ଦ୍ୱାରା କଳା ପଡ଼ିଯାଏ, ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ଉପକାରୀ ଅଟେ । ମୁହଁକୁ ତେଜପତ୍ର ପାଣିରେ ଧୋଇବା ଦ୍ୱାରା ସନ୍‌ ଟ୍ୟାନ୍‌ ଦୂର ହୋଇଥାଏ ଏବଂ ମୁହଁର ଉଜ୍ଜ୍ୱଳତା ବଜାୟ ରହିଥାଏ ।

କେଶର ଦୃଢ଼ତା ବଜାୟ ରଖେ: ତେଜପତ୍ର ପାଣି କେଶକୁ ସୁନ୍ଦର ଏବଂ ଶକ୍ତିଶାଳୀ କରିଥାଏ । ତେଲରେ ତେଜପତ୍ର ପକାଇ ସେହି ତେଲକୁ କେଶରେ ଲଗାଇଲେ କେଶର ମୂଳ ମଜବୁତ ହୁଏ ଏବଂ ତେଜପତ୍ର ପାଣିରେ ଧୋଇବା ଦ୍ୱାରା କେଶ ନରମ ଏବଂ ସାଇନିଂ ହୋଇଥାଏ ।

ରୁପି ସମସ୍ୟା ଦୂର ହୁଏ: ଯେଉଁମାନଙ୍କର କେଶରେ ରୁପି ଅଛି, ସେମାନେ ଏହି ପତ୍ରର ଏକ ପେଷ୍ଟ ଲଗାଇବା ଉଚିତ୍‌ । ପେଷ୍ଟରେ ଦହି ମିଶ୍ରଣ କରି ଲଗାଇଲେ ବହୁତ ଭଲ ଫଳ ମିଳିଥାଏ ।

ଦାନ୍ତକୁ ଧଳା ରଖିବାରେ ସହାୟକ ହୋଇଥାଏ: ଦାନ୍ତ ପାଇଁ ତେଜପତ୍ର ପାଉଡର ଉପକାରୀ ଅଟେ । ପତ୍ରକୁ ଶୁଖାଇ ପାଉଡର ତିଆରି କରନ୍ତୁ । ଏହାକୁ ଟୁଥପେଷ୍ଟ ଭାବରେ ବ୍ୟବହାର କଲେ ଦାନ୍ତ ଉଜ୍ଜ୍ୱଳ ହୋଇଥାଏ ।

Powered by Froala Editor