ଫିଫା ବିଶ୍ୱକପ୍‌ : ଇଂଲଣ୍ଡ-ଇରାନ୍ ମହାମୁକାବିଲା

ଫିଫା ବିଶ୍ୱକପ୍‌ : ଇଂଲଣ୍ଡ-ଇରାନ୍ ମହାମୁକାବିଲା

ଖେଳ ଖବର

ନୂଆଦିଲ୍ଲୀ: ଫିଫା ବିଶ୍ୱକପ୍‌ରେ ଆଜି ଦେଖିବାକୁ ମିଳିବ ମହାମୁକାବିଲା। ଇଂଲଣ୍ଡକୁ ଭେଟିବ ଇରାନ୍। ସେହିପରି ଅନ୍ୟ ଏକ ମ୍ୟାଚ୍‌ରେ ସେନେଗାଲ୍ ଓ ନେଦରଲ୍ୟାଣ୍ଡ ମଧ୍ୟରେ ହେବ କଡା ଟକ୍କର।
ଗତକାଲି ଦୋହାରେ ରଙ୍ଗାରଙ୍ଗ କାର୍ୟ୍ୟକ୍ରମ ମଧ୍ୟରେ ଆରମ୍ଭ ହୋଇଥିଲା ଫୁଟବଲ୍ ମହାକୁମ୍ଭ। ଉଦ୍‌ଘାଟନୀ ମ୍ୟାଚ୍‌ରେ ଇକ୍ୱେଡର୍ ଓ କତାର ମୁହଁମୁହିଁ ହୋଇଥିଲେ। ତେବେ ପ୍ରଥମ ମ୍ୟାଚ୍‌ରେ ହିଁ କତାରକୁ ହରାଇଛି ଇକ୍ୱେଡର୍। କତାରକୁ ୨-୦ ଗୋଲ୍‌ରେ ପରାସ୍ତ କରି ଇକ୍ୱେଡର୍ ବିଜୟୀ ହୋଇଛି।
ଏନ୍‌ର ଭେଲେନ୍ସିଆ ଇକ୍ୱେଡର ପକ୍ଷରୁ ପ୍ରଥମ ହାଫ୍‌ରେ ୨ଟି ଗୋଲ୍ ଦେଇଥିଲେ। ମ୍ୟାଚ୍ ଆରମ୍ଭରୁ ୧୬ ମିନିଟ୍‌ରେ ପ୍ରଥମ ଗୋଲ୍ ସ୍କୋର୍ କରିଥିଲେ ଭେଲେନ୍ସିଆ। ଏହାପରେ ୩୦ ମିନିଟ୍‌ରେ ଦ୍ୱିତୀୟ ମାରିଥିଲେ। ଏହି ବିଜୟ ସହ ବିଶ୍ୱକପ୍‌ରେ ନିଜର ବିଜୟ ଅଭିଯାନ ଆରମ୍ଭ କରିଛି ଇକ୍ୱେଡର। ସେପଟେ ଅଲବାୟତ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ ଦେଖିବା ପାଇଁ ପ୍ରଥମ ଦିନରେ ୬୦ ହଜାରରୁ ଅଧିକ ଦର୍ଶକ ପହଞ୍ଚିଥିଲେ।

୩୨ଟି ଟିମ୍‌କୁ ନେଇ ୨୮ ଦିନ ଧରି ଚାଲିବ ଫୁଟବଲର ଏହି ମହା ଲଢେଇ। ୩୨ଟି ଦଳକୁ ନେଇ ଖେଳାଯିବ ୬୪ଟି ମ୍ୟାଚ୍। ୮ଟି ଗ୍ରୁପରେ ବିଭକ୍ତ ହୋଇଛନ୍ତି ୩୨ଟି ଟିମ୍ । ପ୍ରତି ଗ୍ରୁପ୍‌ରେ ୪ଟି ଲେଖାଏଁ ଦଳ ରହିଛନ୍ତି।

Powered by Froala Editor