ଟ୍ରେନ ଦୁର୍ଘଟଣା ପରେ ହେଲ୍ପଲାଇନ ନମ୍ବର ଜାରି

ଟ୍ରେନ ଦୁର୍ଘଟଣା ପରେ ହେଲ୍ପଲାଇନ ନମ୍ବର ଜାରି

ରାଜ୍ୟ ଖବର

ଭୁବନେଶ୍ୱର: ଭଦ୍ରକ-କପିଳାସ ରୋଡର କୋରେଇ ଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚୁ୍ୟତ ପରେ ୩ଟି ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । କୋରେଇ, ଭୁବନେଶ୍ୱର ଓ ଖୋର୍ଦ୍ଧାରୋଡ ଷ୍ଟେସନ ପାଇଁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି ।
କୋରେଇ-୮୪୫୫୮୮୯୯୦୫
ଭୁବନେଶ୍ୱର-୦୬୭୪-୨୫୩୪୦୨୦
ଖୋର୍ଦ୍ଧାରୋଡ କଣ୍ଟ୍ରୋଲରୁମ-୦୬୭୪-୨୪୯୨୨୪୫
ଅନ୍ୟପକ୍ଷରେ ମାଲବାହୀ ଟ୍ରେନ ଲାଇନଚୁ୍ୟତ ଘଟଣାରେ ୮ଟି ଟ୍ରେନକୁ ବାତିଲ କରାଯାଇଛି । ଏହାସହ ୧୨ଟି ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଛି । ଏନେଇ ପୂର୍ବତଟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି । ୫ଟି ଟ୍ରେନକୁ ଆଂଶିକ ବାତିଲ କରାଯାଇଥିବାବେଳେ ୧୨ଟି ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଛି । ସେହିପରି ରେଷ୍ଟୋରେସନ ପାଇଁ ପ୍ରାୟ ୧୨ ଘଣ୍ଟା ସମୟ ଲାଗିବ । ସମ୍ବଲପୁର ରୁଟ ଦେଇ ଟ୍ରେନ ଚଳାଚଳ ବ୍ୟବସ୍ଥା କରାଯାଉଥିବା ପୂର୍ବତଟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି ।
ତେବେ ନିମ୍ନୋକ୍ତ ଟ୍ରେନଗୁଡ଼ିକୁ ବାତିଲ କରାଯାଇଛି:
ହାୱଡ଼ା-ଭୁବନେଶ୍ୱର ଜନଶତାବ୍ଦୀ ଏକ୍ସପ୍ରେସ
ସାଲିମାର-ପୁରୀ ଓ ପୁରୀ-ସାଲିମାର ଏକ୍ସପ୍ରେସ
ସାଲିମାର-ହାଇଦ୍ରାବାଦ ଏକ୍ସପ୍ରେସ
କଟକ-ଭଦ୍ରକ-କଟକ ପାସେଞ୍ଜର ସ୍ପେଶାଲ
ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ପାସେଞ୍ଜର
ଭୁବନେଶ୍ୱର-ବାଲେଶ୍ୱର ପାସେଞ୍ଜର ସ୍ପେଶାଲ

Powered by Froala Editor