ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ତଡ଼ିପାର କର : ବିଜେପି

ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ତଡ଼ିପାର କର : ବିଜେପି

ରାଜ୍ୟ ଖବର

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନରୁ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ତଡିପାର କରିବାକୁ ଦାବି କରିଛି ବିଜେପି।  ଏ ପ୍ରସଙ୍ଗରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ନିକଟରେ ଫେରାଦ ମଧ୍ୟ ହୋଇଛି ଦଳ। ମନ୍ତ୍ରୀ ଆଚରଣ ବିଧି ଉଲଙ୍ଗନ କରୁଥିବା ଅଭିଯୋଗ କରି ପଦ୍ମପୁରରୁ ତଡିପାର କରିବାକୁ ଦାବି କରିଛନ୍ତି ବିଜେପି ପ୍ରତିନିଧି ଦଳ। ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଏକ ଟିମ୍‌ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି।

ଏନେଇ ଲେଖାଶ୍ରୀ କହିଛନ୍ତି, ୧୯ ତାରିଖରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ପଦ୍ମପୁର ସ୍ଥିତ ସରକାରୀ ପବଲିକ୍ ସ୍କୁଲ ଓ ଜୟଦେବ ଇନଷ୍ଟିଚ୍ୟୁରେ ଅଫ୍ ଟେକ୍ନୋଲଜିରେ ନିର୍ବାଚନୀ ବୈଠକ କରିଥିଲେ। ନିର୍ବାଚନକୁ ଯେନତେନ ଜିତିବାକୁ ସରକାରଙ୍କ ଅନୁଦାନ ପ୍ରାପ୍ତ କଲେଜରେ ଶିକ୍ଷକ ଓ ଅଧ୍ୟାପକଙ୍କ ସହ ସେ ବୈଠକ କରିଥିଲେ। କିପରି ନିର୍ବାଚନରେ ଟଙ୍କା ବଣ୍ଟାଯିବ, କିଏ ନିର୍ବାଚନରେ ପୋଲିଂ ଅଧିକାରୀ ଓ ପ୍ରିଜାଇଡିଂ ଅଧିକାରୀ ରହିବେ ସେ ନେଇ ଫିକ୍ସିଂ ହୋଇଥିଲା। କାହାକୁ ଟଙ୍କା ଦେଇ କିଣାଯାଇଛି ତ, କାହାକୁ ବଦଳି ଓ ଧମକଚମକ ଦେଇ ରାଜି କରାଯାଇଛି। ବରଗଡ଼ ଆଞ୍ଚଳିକ ସରକାରୀ କଲେଜର ଇତିହାସ ଅଧ୍ୟାପକ କୃଷ୍ଣମୋହନ ପଣ୍ଡା ଏହି ବୈଠକ ଆୟୋଜନର ଦାୟିତ୍ୱ ନେଇଥିଲେ। ଆଦର୍ଶ ଆଚରଣ ବିଧିର ଉଲଂଘନ କରିବା ସହିତ ସମ୍ବିଧାନ ବିରୋଧୀ କାମ କରିଥିବାରୁ ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ତଡ଼ିପାର କରାଯାଉ ବୋଲି ବିଜେପି ଦାବି କରିଛି।

ଏଥିସହ ଏହି ବୈଠକରେ ଉପସ୍ଥିତ ଥିବା କୃଷ୍ଣ ମୋହନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିମନ୍ତେ ଅଭିଯୋଗ କରାଯାଇଛି।

Powered by Froala Editor