ଛିଣ୍ଡି ଯାଇଥିବା କ୍ଷୀର ଫୋପାଡି ଦେଉଛନ୍ତିକି?

ଛିଣ୍ଡି ଯାଇଥିବା କ୍ଷୀର ଫୋପାଡି ଦେଉଛନ୍ତିକି?

ରାଜ୍ୟ ଖବର

ଭୁବନେଶ୍ୱର: ସ୍ୱାସ୍ଥ୍ୟ ପାଇଁ ବହୁ ଉପକାରୀ ସାବ୍ୟସ୍ଥ ହୋଇଥାଏ କ୍ଷୀର । କିନ୍ତୁ ଯଦି କୌଣସି କାରଣରୁ କ୍ଷୀର ଖଟା ହୋଇଯାଇଥାଏ ତେବେ ଅଧିକାଂଶ ଲୋକେ ଏହାକୁ ଫୋପାଡ଼ିଦିଅନ୍ତି । ଖଟା ହୋଇଯାଉଥିବା କ୍ଷୀର ମଧ୍ୟ ଆମର ବହୁତ ଉପକାରୀ କାମରେ ଲାଗିପାରେ ।  ତେବେ ଆସନ୍ତୁ ଜାଣିବା ଖଟା କ୍ଷୀରକୁ କେମିତି ବ୍ୟବହାର କରିପାରିବେ...

୧. ସମସ୍ତେ ଜାଣନ୍ତି କ୍ଷୀରରେ ଅନେକ ଭିଟାମିନ୍ ସହିତ କ୍ୟାଲସିୟମ୍‌ ମଧ୍ୟ ଥାଏ। କଞ୍ଚା ହେଉ ଅବା ଫୁଟା କ୍ଷୀର ଯଦି ନଷ୍ଟ ହୋଇଯାଇଛି, ତା’ହେଲେ ଏଥିରେ ପାଣି ମିଶାଇ ଆପଣ ବଗିଚାରେ କୁଣ୍ଡରେ ରଖିଥିବା ଗଛ ମୂଳରେ ଢାଳି ଦିଅନ୍ତୁ। ଏହା ଗଛର ବୃଦ୍ଧିରେ ସହାୟକ ହେବ।

୨. କ୍ଷୀର ଯଦି ଖୁବ୍ ଅଳ୍ପ ଖଟା ହୋଇଛି, ତା’ହେଲେ ଏହାକୁ ଆପଣ କଡ଼େଇରେ ଫୁଟାଇ ଛେନା ତିଆରି କରିପାରିବେ। ଯଦି ମିଠା ଛେନା ଖାଇବାକୁ ପସନ୍ଦ କରନ୍ତି, ତା’ହେଲେ ଏଥିରେ ଅଳ୍ପ ଚିନି ବି ପକାଇ ପାରିବେ।

୩. କିଛି କେକ୍‌ରେ ଖଟା କ୍ଷୀର ପକାଯାଏ। ତେଣୁ କ୍ଷୀର ଖଟା ହୋଇଯାଇଥିଲେ ଏହାକୁ ବ୍ୟବହାର କରି ଆପଣ କେକ୍‌ ମଧ୍ୟ ତିଆରି କରିପାରିବେ।

୪. ଖଟା କ୍ଷୀରରେ ଫେସିଆଲ୍‌ ମାସ୍କ ତିଆରି କରାଯାଏ। ଏହା ତ୍ୱଚା ପାଇଁ ଭଲ ହୋଇଥାଏ। ତେଣୁ ଆପଣ ଖଟା କ୍ଷୀରକୁ ଏଭଳି ଭାବେ ମଧ୍ୟ ବ୍ୟବହାର କରିପାରିବେ। ଖଟା କ୍ଷୀରକୁ ମୁହଁରେ ଲଗାନ୍ତୁ ଯାହାକି ଏଥିରେ ଥିବା ଲ୍ୟାକ୍‌ଟିକ୍ ଏସିଡ୍‌ ତ୍ୱଚାକୁ ସୁସ୍ଥ ରଖିଥାଏ।

Powered by Froala Editor