ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ରାଜନଗର ଅଞ୍ଚଳରେ ବାଲେଶ୍ଵର ଜିଲ୍ଲା ଅବକାରୀ ବିଭାଗର ଅତର୍କିତ ଚଢାଉ। ୧୩୫ ଗ୍ରାମର ଡ୍ରଗ୍ସ ଜବତ କରିବା ସହ ଜଣେ ଗିରଫ ହୋଇଛନ୍ତି।
ବିଶେଷ ସୂତ୍ରରୁ ଖବର ପାଇ ନୀଳଗିରି ଥାନା ଅଧିନ ରାଜନଗର ଅଞ୍ଚଳରେ ବାଲେଶ୍ଵର ଅବକାରୀ ବିଭାଗର ଅତର୍କିତ ଚଢାଉ କରିଥିଲା। ଏହି ସମୟରେ ଜଣେ ମହିଳାଙ୍କ ନିକଟରୁ ୧୩୫ ଗ୍ରାମର ଡ୍ରଗ୍ସ ଜବତ ହୋଇଛି। ଏହା ସହ ମହିଳାଙ୍କୁ ଗିରଫ କରିଛି ପୋଲିସ। ତେବେ ବାଲେଶ୍ଵର ଅବକାରୀ ବିଭାଗ ପାଖରେ ଡ୍ରଗ୍ସ ବିକ୍ରି ଖବର ଥିବାବେଳେ ନୀଳଗିରି ଅବକାରୀ ବିଭାଗ କିପରି ଜାଣି ପାରିଲା ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Powered by Froala Editor
