ମ୍ୟାଜିକ ସୋରେ ପ୍ରଚାର କରିବ ଆପ

ମ୍ୟାଜିକ ସୋରେ ପ୍ରଚାର କରିବ ଆପ

ଜାତୀୟ ଖବର

ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାରର ତରିକା ବଦଳାଇବ ଆମ ଆଦମୀ ପାର୍ଟି | ସଭାସମିତି, ରୋଡ଼ ସୋ, ରାଲି ନୁହେଁ ଏଣିକି ନୂଆ ଢଙ୍ଗରେ ନିର୍ବାଚନ ପାଇଁ ପ୍ରଚାର କରାଯିବ | ଦିଲ୍ଲୀରେ ହେବାକୁ ଥିବା ଏମସିଡ଼ି ନିର୍ବାଚନରେ(ମହାନଗର ନିଗମ ନିର୍ବାଚନ) ଏହି ଫଣ୍ଡା ଆପଣାଇବାକୁ ଯାଉଛି ଆପ | ଆମ୍ ଆଦମୀ ପାର୍ଟି ନଭେମ୍ବର ୨୩ଠାରୁ ଏମସିଡ଼ି ନିର୍ବାଚନ ପ୍ରଚାରର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିବାକୁ ଯାଉଛି। ଆଉ ଏହି ନିର୍ବାଚନ ପ୍ରଚାର ଏକଦମ ନୂଆ ଢଙ୍ଗରେ ହେବ ବୋଲି ଆପ ପକ୍ଷରୁ କୁହାଯାଇଛି |ଏଣିକି ଆପର ନିର୍ବାଚନ ପ୍ରଚାରରେ ଗଣତନ୍ତ୍ର ପାଇଁ ନୃତ୍ୟ, ଗୀଟାର ସୋ, ମ୍ୟାଜିକ ସୋ, ନାଟକ ପ୍ରମୁଖ ସାମିଲ କରାଯିବ | ଏଭଳି ନୂଆ ଢଙ୍ଗର ପ୍ରଚାର ମାଧ୍ୟମରେ ଆପ ନିର୍ବାଚନ ପ୍ରଚାରକୁ ତୀବ୍ର କରିବ | ଏହି ଅଭିଯାନ ଡିସେମ୍ବର ୨ ପର୍ଯ୍ୟନ୍ତ ଜାରି ରହିବ | ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ ନଭେମ୍ବର ୨୩ ରୁ ଡିସେମ୍ବର ୨ ପର୍ଯ୍ୟନ୍ତ ୱାର୍ଡର ବିଭିନ୍ନ ଛକରେ ଭିନ୍ନ ଢଙ୍ଗର ସଭା ଆୟୋଜନ କରାଯିବ।

ଯେଉଁଥିରେ ଦଳର ସମସ୍ତ ଷ୍ଟାର ପ୍ରଚାରକ ଏବଂ ବିଧାୟକ ଅଂଶଗ୍ରହଣ କରିବେ। ସେ କହିଛନ୍ତି ଯେ ନିର୍ବାଚନ ପ୍ରଚାରରେ ଗଣତନ୍ତ୍ର ପାଇଁ ନୃତ୍ୟ, ଗୀଟାର ସୋ, ମ୍ୟାଜିକ ସୋ, ନାଟକ ପ୍ରମୁଖ ସାମିଲ କରାଯିବ | ଆପକୁ କାହିଁକି ଭୋଟ ଦେବା ଉଚିତ ତାହା ନାଟକ ମାଧ୍ୟମରେ ପ୍ରଦର୍ଶିତ ହେବ | ସେହିପରି ଭୋଟରଙ୍କୁ ବାନ୍ଧି ରଖିବା ପାଇଁ ମ୍ୟାଜିକ ସୋ, ଗୀଟାର ସୋ ମଧ୍ୟ କରାଯିବ |

Powered by Froala Editor