ଜଗନ୍ନାଥପ୍ରେମୀଙ୍କ ମନରେ ଦୁଃଖ, ଟ୍ରଲିରେ ବୁହା ହେଲେ ଜଗା ବଳିଆ

ଜଗନ୍ନାଥପ୍ରେମୀଙ୍କ ମନରେ ଦୁଃଖ, ଟ୍ରଲିରେ ବୁହା ହେଲେ ଜଗା ବଳିଆ

ରାଜ୍ୟ ଖବର

ପୁରୀ : ଟ୍ରଲିରେ ଟଣା ହେଲେ ଜଗା ବଳିଆ। ଜଗନ୍ନାଥପ୍ରେମୀଙ୍କ ମନରେ ଦୁଃଖ। ପୁରୀ ବାଲିସାହିରୁ ଟ୍ରଲିରେ ବୁହାହୋଇ ଶ୍ରୀମନ୍ଦିର ନିକଟ ଦୋଳବେଦି ନିକଟକୁ ଗଲେ ବଡ଼ ଠାକୁର। ମହାପ୍ରଭୁଙ୍କୁ ଏଭଳି ଟ୍ରଲିରେ ବୋହି ନେବାକୁ ବିରୋଧ କଲେନି ସେବାୟତ କି ଭକ୍ତ। ଯାହାକି ଜଗନ୍ନାଥପ୍ରେମୀଙ୍କ ମନକୁ ବ୍ୟଥିତ କରିଛି।

ସେବାୟତ ସାହି ଦେଇ ଟ୍ରଲିଟି ଅତିକ୍ରମ କରିଥିବା ବେଳେ ସମସ୍ତେ କିପରି ନୀରବ ଥିଲେ ସେନେଇ ପ୍ରଶ୍ନ ଉଠାଇଛନ୍ତି ଜ୍ୟୋତିଷ ହରଶଙ୍କର। ଶ୍ରୀମନ୍ଦିର ପ୍ରଶାସନ ଏହାର ନିରାକରଣ ପାଇଁ କଛି କରୁ ନଥିବାରୁ ବୁଦ୍ଧିଜିବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ପୁରୀ ପୀଠରେ ପ୍ରଭୁଙ୍କୁ ଏଭଳି ବ୍ୟବହାର ଦୁଃଖଦାୟକ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।



Powered by Froala Editor