ରାଜସ୍ଥାନ : ରାଜସ୍ଥାନ ସରକାର ଓଟଙ୍କ ସଂଖ୍ୟା କମିବା ଦେଖି ଚିନ୍ତାରେ ପଡ଼ିଗଲେଣି । ଓଟଙ୍କ ବଂଶ ବୃଦ୍ଧି ପାଇଁ ‘ଉଷ୍ଟ୍ର ସଂରକ୍ଷଣ ଯୋଜନା’ ପ୍ରଣୟନ କରିଛନ୍ତି । ଭାରତରେ ପ୍ରାୟ ୯ଟି ପ୍ରଜାତିର ଓଟ ଦେଖାଯାଆନ୍ତି । ସେମାନଙ୍କ ମଧ୍ୟରୁ ୨ଟି ପ୍ରଜାତିର ଓଟ ସଂଖ୍ୟା ପ୍ରତିବର୍ଷ କମିବାରେ ଲାଗିଛି । ଓଟ ପାଳିଲେ ସେହି ବ୍ୟକ୍ତିଙ୍କୁ ଦଶହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ । ଓଟର ଦେହ ଅସୁସ୍ଥ ହେଲେ, ଡ଼ାକ୍ତରୀ ଚିଠି ଦେଖାଇ ମଧ୍ୟ ସରକାରଙ୍କ ନିକଟରୁ ସମସ୍ତ ସୁବିଧା ବିଳିବ ବୋଲି ଘୋଷଣା କରାଯାଇଛି ।
ଗୁଜୁରାଟ, ରାଜସ୍ଥାନ ଲୋକ ଓଟଖିର ବିକ୍ରି କରିବା ସହ ପର୍ଯ୍ୟଟନରେ ମଧ୍ୟ ଏହି ପ୍ରାଣୀର ଯଥା ଉପଯୋଗ କରି ବେଶ ରୋଜଗାର କରୁଛନ୍ତି । ଏଥରକ କିନ୍ତୁ ରାଜସ୍ଥାନ ସରକାର ଏ ଦିଗରେ କଡ଼ା ନିୟମ ଲାଗୁ କରିଛନ୍ତି । ଅସୁସ୍ଥ ଓଟଙ୍କୁ ଜିନିଷପତ୍ର ନେବା ଆଣିବାରେ କିମ୍ବା ଅନ୍ୟ କୌଣସି କାମରେ ଉପଯୋଗ କରାଯିବ ନାହିଁ । ଏମିତି କରିବା ଦେଖାଗଲେ ସେହି ବ୍ୟକ୍ତିଙ୍କୁ ଜୋରିମାନା ଦେବାକୁ ପଡ଼ିବ ।
Powered by Froala Editor
