ଏବେ ଟ୍ରେଣ୍ଡରେ କୁର୍ତ୍ତା ଶାଢୀ

ଏବେ ଟ୍ରେଣ୍ଡରେ କୁର୍ତ୍ତା ଶାଢୀ

ବିଶେଷ ଖବର

ଭାରତୀୟ ନାରୀଙ୍କ ପାରମ୍ପାରିକ ଶାଢ଼ି ନୂଆ ରୂପରେ ବଜାରକୁ ଆସିଛି । ବେଲ୍ଟ ଶାଢ଼ି, ରଫଲ୍‌, ଶାଢ଼ି, ପ୍ୟାଣ୍ଟ ଶାଢ଼ି ପରେ ଏଥରକ ‘କୁର୍ତ୍ତା ଶାଢ଼ି’ ମହିଳାମାନେ ପିନ୍ଧିଲେଣି । ଲମ୍ବା କୁର୍ତ୍ତା ସହ ବନାରସୀ ପାଟ, କାଞ୍ଜିଭରମ୍‌ ପାଟ, ବାନ୍ଧିନି ଶାଢ଼ି ପିନ୍ଧିଲେ ଖୁବ୍‌ ସୁନ୍ଦର ଲାଗିଥାଏ । ମୁମ୍ବାଇରେ ଆୟୋଜିତ ଏକ ଫେସନ୍‌ ଶୋ’ରେ ଡ଼ିଜାଇନର ମନିଷ ମଲହୋତ୍ରା ପ୍ରଥମେ କୁର୍ତ୍ତା ଶାଢ଼ି ଦର୍ଶକଙ୍କ ସମ୍ମୁଖକୁ ଆଣିଥିଲେ । 

ପିନଟକ୍‌ କୁର୍ତ୍ତା, ହାଇ-ଲୋ କୁର୍ତ୍ତା, ଫ୍ଲେଏରଡ଼୍‌ କୁର୍ତ୍ତା ସହ ଶାଢ଼ିକୁ ବେଶ୍‌ ସୁନ୍ଦର ଭାବେ ମଡେ଼ଲରମାନେ ପିନ୍ଧି ଏଥିରେ ଭାଗ ନେଇଥିଲେ । ସବୁ ବୟସର ମହିଳାମାନେ କୁର୍ତ୍ତା ଶାଢ଼ି ପିନ୍ଧୁଛନ୍ତି । କେତେଜଣ ଛୋଟ କୁର୍ତ୍ତା ସହ ମଧ୍ୟ ଶାଢ଼ି ପିନ୍ଧି ଷ୍ଟାଇଲ କରୁଥିବା ଦେଖାଯାଇଛି । 

 



Powered by Froala Editor