ବଲାଙ୍ଗିର : ଟିଟିଲାଗଡ ଓ ସଇଁତଳା ୧୨ ଘଣ୍ଟିଆ ବନ୍ଦ। ଟିଟିଲାଗଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ବନ୍ଦ ପାଳନ କରାଯାଉଛି। ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ବନ୍ଦ ପାଳନ କରାଯିବ। ଟିଟିଲାଗଡ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଟିଟିଲାଗଡ଼ ଏଡିଜେ କୋର୍ଟ ସମ୍ମୁଖରେ ଜିଲ୍ଲା ସଂଗ୍ରାମୀ ଧାରଣାରେ ବସିଛନ୍ତି।
ସମସ୍ତ ଯାନବାହାନ ଚଳାଚଳ, ସରକାରୀ, ବେସରକାରୀ କାର୍ୟ୍ୟାଳୟ, ଶିକ୍ଷାନୁଷ୍ଠାନ, ବ୍ୟାଙ୍କ, ଦୋକାନ ବଜାର ଆଦି ବନ୍ଦ ରହିବା ସହ କେବଳ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯାଇଛି। ସଇଁନ୍ତଳାକୁ ସବଡିଭିଜନ ଓ ସଇଁତଳା ବିଧାନସଭାର ପୁନଃ ଗଠନ ଦାବି ମଧ୍ୟ ଉଠିଛି।
ଗତ ସପ୍ତାହେ ହେଲା ଟିଟିଲାଗଡ଼ ଜିଲ୍ଲା ଦାବିରେ ଅଞ୍ଚଳରେ ପ୍ରତିବାଦ ଶୋଭାଯାତ୍ରା, ମାନବ ଶୃଙ୍ଖଳ, ସଭାସମିତି ଜରିଆରେ ଆନ୍ଦୋଳନ କୁହୁଳିଛି। ୧୫ ଦିନ ମଧ୍ୟରେ ଜିଲ୍ଲା ଘୋଷଣା ନକଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ପୂର୍ବରୁ ଚେତାବନୀ ଦିଆଯାଇଛି। ଏନେଇ ଆଜି ବନ୍ଦକୁ ସହରବାସୀ ସମର୍ଥନ କରିଛନ୍ତି।
Powered by Froala Editor
