ଫେସନ  ଶୋ'ରେ ଝିଅକୁ କୋଳରେ ଧରି ମା’

ଫେସନ ଶୋ'ରେ ଝିଅକୁ କୋଳରେ ଧରି ମା’

ରାଜ୍ୟ ଖବର


ନୂଆଦିଲ୍ଲୀ: ତନୁପାତଳୀ ସୁନ୍ଦରୀ ଯୁୂବତୀଙ୍କୁ ଫେସନ  ଶୋ'ରେ  ସୁଯୋଗ ମିଳେ । ବିବାହି କିମ୍ବା ସନ୍ତାନ ହେବା ପରେ  ସମସ୍ତେ  ଏହି ଚାକଚକ୍ୟ ଜଗତରୁ ଦୂରେଇଯାନ୍ତି । କାରଣ ବିବାହ ପରେ  ପରିବାର ଦାୟିତ୍ୱ ବଢେ । ବିଶେଷ କରି ମହିଳାମାନେ ଏସବୁରେ ବାନ୍ଧି ପୁଣି ଥରେ ମଡେଲିଂ ଦୁଆଁକୁ ଫେରିବା ସମ୍ଭବ ନୁହେଁ । ସମସ୍ତଙ୍କୁ ଭୁଲ ପ୍ରମାଣିତ କରି ଆତଦିବାସୀ ମହିଳା ଜଣଙ୍କ  ଅଲିଶା ଗୌତମ  ଇରାଓଁ  ଫେସନ  ଶୋ'ରେ  ନିଜ ଝିଅକୁ କୋଳରେ ରଖି ଫେସନ ଶୋ'ରେ ଅଂଶ ଗ୍ରହଣ କରିଥିଲେ ।  ଝାଡଖଣ୍ଡ ଅଧୁ୍ୟଷିତ  ଅଞ୍ଚଳରେ  ସେ  ଝିଅ ।  ଜଣାଶୁଣା ଡିଜାଇନର ସୁମଙ୍ଗଳ ନାଗ  ତାଙ୍କୁ ପ୍ରଥମେ ସୁଯୋଗଦେଲେ । କୋଳରେ କୁନି ଝିଅକୁ ଧରି ଫେସନ ଶୋରେ  ଚାଲିବା ୍ଅଲିଶାଙ୍କ ପାଇଁ ଏକ ବଡ ଆହ୍ୱାନ ଥିଲା । ସବୁ କିଛି ପ୍ରସ୍ତୁତି ଅଲିଶାଙ୍କ ସହଯୋଗରେ ଆରମ୍ଭ  ହୋଇଥିଲା । ଆଦିବାସୀ ମହିଳାମାନେ ଦିନମ ମଜୁରିଆ ଭାବରରେ କାମ କରନ୍ତି । ପିଲାକୁ  ଘରେ  ନ ଛାଡି ସେମାନେ କାମକୁ ନେଇଯାନ୍ତି ।

ଛୋଟ ପିଲାଙ୍କୁ ସେ ଏଣେତେଣେ ନ ଶୁଆଇ ସେମାନେ ବେତରାରେ ନିଜ ପାଖେ ବନ୍ଧନ୍ତି । ପିଲା ଉଠିଗଲେ  କୋରାରେ  ସାମ୍ନା ପାଖେ ବାନ୍ଧି କାମ କରନ୍ତି । ଏହି ସମାନ ପ୍ରମାଳୀରେ  ଅଲିଶା ଫେସନ ଶୋ ରେ ତାଙ୍କର ୧୦ ମାସର ଛୁଆକୁ ଧରି ଚାଲିଥିଲେ ।  ମହୁଁରେ  ମେକିପ  ନଥିଲା କିମ୍ବା  ପାଦର ଜୋତା ନଥିôଲା । ଆଦିବାସୀଙ୍କ ଶାଢୀ ସହ ପାରମ୍ପାରିକ ଗହଣା ପିନ୍ଧି  ବେଶ  ଦମ୍ଭର ସହ ଅଲିଶାତାଙ୍କ କାମ କରିଥିଲେ । କରତାଳିରେ  ଟତୁର୍ଦିଗ ପ୍ରକମ୍ପିତ ହୋଇଥିଲା ।  ସାମାଜିକ ଗଣମାଧ୍ୟମରେ ଆଦିବାସୀ ଯୁବତୀ ଅଲିଶାଙ୍କ ପେସନ ୱାକକୁ ଏବେ ସାରା ବିଶ୍ୱ ଦେଖୁଛି ।  

Powered by Froala Editor