କେଶ ଫାଟୁଛି କି? ଏପରି କରନ୍ତୁ

କେଶ ଫାଟୁଛି କି? ଏପରି କରନ୍ତୁ

ବିଶେଷ ଖବର

ଭୁବନେଶ୍ୱର: ଆକର୍ଷଣୀୟ ଚେହେରା ପାଇଁ କେଶ ହେଉଛି ଏକ ମୁଖ୍ୟ ଉସô । କିନ୍ତୁ ଖାଦ୍ୟପେୟରେ ଅନିୟମିତତା ଓ ବିଭିନ୍ନ କେମିକାଲ ଯୁକ୍ତ ପ୍ରଡ଼କ୍ଟ ବ୍ୟବହାର କରିବା ଦ୍ୱାରା କେଶରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଯାଇଥାଏ । ଯଦ୍ୱାରା କେଶ ଧିରେଧିରେ ରୁକ୍ଷ ହେବାକୁ ଲାଗେ ଓ ଝଡେ଼ । ଯଦି ତୁମର କେଶ ଲମ୍ବା କିନ୍ତୁ ଅଗ୍ର ଭାଗରୁ ଦୋମୁହାଁ ହୋଇଯାଉଛି, ତେବେ ଏକମାତ୍ର ସମାଧାନ ହେଉଛି କେଶକୁ ଟ୍ରିମ୍ କରିବା। କାରଣ ଯଦି ଏହି ସମସ୍ୟା ଆପଣଙ୍କ କେଶରେ ଦୀର୍ଘ ସମୟ ଧରି ରହିଯାଏ, ତେବେ ଏହା ଆପଣଙ୍କ କେଶର ବୃଦ୍ଧିକୁ ହ୍ରାସ କରିଥାଏ ଏବଂ କେଶ ବଢିବା ବନ୍ଦ କରିଦିଏ। ଏହି ଦୋମୁହାଁ କେଶର ସମସ୍ୟାକୁ ଡାକ୍ତରୀ ଭାଷାରେ ଟ୍ରାଇକୋପ୍ଟିଲୋସିସ୍ କୁହାଯାଏ।

ବେଳେବେଳେ ତାପଜ, ଯାନ୍ତ୍ରିକ ଏବଂ ରାସାୟନିକ ଚାପ ହେତୁ କେଶ ଦୋମୁହାଁ ହୋଇଥାଏ। ଏଥିରେ କେଶର ବାହ୍ୟ ସ୍ତର ନିର୍ଜୀବ ହୋଇଯାଏ। ଏପରି ସ୍ଥିତିରେ, ଯଦି କେଶର ଯତ୍ନ ନିଆଯାଏ ନାହିଁ, ତେବେ ସେମାନେ ପର୍ଯ୍ୟାପ୍ତ ପୁଷ୍ଟିକର ଖାଦ୍ୟ ପାଆନ୍ତି ନାହିଁ ଏବଂ କେଶର ଅବସ୍ଥା ଆହୁରି ଖରାପ ହୋଇଯାଏ। ଫଳରେ, କେଶକୁ ଟ୍ରିମ୍ କରିବାର ଏକମାତ୍ର ସମାଧାନ ଥାଏ। ଅବଶ୍ୟ, ଏଭଳି ସମସ୍ୟାକୁ ଏଡାଇବା ପାଇଁ କିଛି ଘରୋଇ ଉପଚାର ଅଛି ଯାହା ସାହାଯ୍ୟରେ କେଶକୁ ଏହି ସମସ୍ୟାରୁ ରକ୍ଷା କରାଯାଇପାରିବ।

୧. ଅଣ୍ଡା ମିଶ୍ରଣ
ଅଣ୍ଡାରେ ଥିବା ପ୍ରୋଟିନ୍ କେଶ ପାଇଁ ବହୁତ ଉପକାରୀ। ଦୁମୁହାଁ କେଶରୁ ମୁକ୍ତି ପାଇବା ପାଇଁ ଗୋଟିଏ ପାତ୍ରରେ ଗୋଟିଏ ଅଣ୍ଡା, ଗୋଟିଏ ଚାମଚ ମହୁ ଏବଂ ତିନି ଚାମଚ ଅଲିଭ୍ ତେଲ ମିଶାନ୍ତୁ। ଏହି ମିଶ୍ରଣକୁ କେଶରେ ଲଗାଇ ଅଧ ଘଣ୍ଟା ଛାଡି ଦିଅନ୍ତୁ ଏବଂ ତା’ପରେ ସାମ୍ପୁରେ ଭଲ ଭାବରେ ଧୋଇ ଦିଅନ୍ତୁ।

୨. ଅମୃତଭଣ୍ଡା ମିଶ୍ରଣଅମୃତଭଣ୍ଡା ଚର୍ମ ସମସ୍ୟା ସହିତ ଦୋମୁହାଁ କେଶ ସମସ୍ୟାର ମଧ୍ୟ ସମାଧାନ କରିଥାଏ। ପାଚିଲା ଅମୃତଭଣ୍ଡାକୁ ଦହି ସହିତ ମିଶାଇ କେଶରେ ଲଗାନ୍ତୁ। ଶୁଖିବା ପରେ ଥଣ୍ଡା ପାଣିରେ ମୁଣ୍ଡ ଧୋଇ ତା’ପରେ ସାମ୍ପୁ କରନ୍ତୁ।

୩. ମହୁ ମିଶ୍ରଣକେଶକୁ ନରମ କରିବା ଏବଂ ଶୁଷ୍କତାକୁ ଦୂର କରିବା ପାଇଁ ମହୁ ଏବଂ କଦଳୀ ମିଶାଇ କେଶର ତଳ ଭାଗରେ ଲଗାନ୍ତୁ। ଏହାକୁ ପ୍ରାୟ ଅଧ ଘଣ୍ଟା କେଶରେ ଛାଡି ତା’ପରେ ସାମାନ୍ୟ ସାମ୍ପୁରେ ଧୋଇ ଦିଅନ୍ତୁ।

୪. କଦଳୀ ରସକଦଳୀରେ ପ୍ରଚୁର ପୋଟାସିୟମ୍, ଜିଙ୍କ, ଆଇରନ୍ ଏବଂ ଭିଟାମିନ୍ ଏ, ସି ଏବଂ ଇ ଭରପୂର ମାତ୍ରାରେ ମିଳିଥାଏ ଯାହା କେଶକୁ ପୋଷଣ ଦେବା ସହ ଭାଙ୍ଗିବାକୁ ରୋକିଥାଏ। ଏକ ପାଚିଲା କଦଳୀକୁ ଠିକ୍ ଭାବରେ ଗୋଳି କେଶରେ ଲଗାନ୍ତୁ। ଏହାକୁ ଅଧ ଘଣ୍ଟା କେଶରେ ଛାଡି ତା’ପରେ ସାମ୍ପୁରେ ଧୋଇ ଦିଅନ୍ତୁ।

୫. ଗରମ ତେଲଯଦି ଆପଣ କେଶରେ ନିୟମିତ ତେଲ ଲଗାଇ ମସାଜ୍ କରନ୍ତି ତେବେ କେଶ ସଫା ଏବଂ ସୁସ୍ଥ ରହିଥାଏ। ଯଦି ଆପଣଙ୍କ କେଶ ପୂର୍ବରୁ ବିଭାଜିତ ହୋଇଛି, ତେବେ ଉଷୁମ ନଡ଼ିଆ ତେଲକୁ ସୂତା କପଡା ସାହାଯ୍ୟରେ କେଶର ମୂଳରେ ଲଗାନ୍ତୁ ଏବଂ ୧୦ ମିନିଟ୍ ପାଇଁ ମସାଜ୍ କରନ୍ତୁ। ପ୍ରଥମେ କେଶ ଶୁଖିଲା ହୋଇଯିବ ଓ ପରେ ଧୀରେ ଧୀରେ ସ୍ୱାଭାବିକ ହେବ।

୬. ଟ୍ରିମିଙ୍ଗଦୋମୁହାଁ କେଶରୁ ମୁକ୍ତି ପାଇବା ପାଇଁ ଅତି କମରେ ପ୍ରତି ୬ ମାସରେ କେଶ କାଟିବା ଉଚିତ। ଏପରି ନ କରିବା ଦ୍ଵାରା କେଶର ବୃଦ୍ଧିରେ ତ ପ୍ରଭାବ ପଡିବ, ଏହା ସହିତ କେଶ ଦୋମୁହାଁ ହେବା ଆରମ୍ଭ ହେବ। ତେଣୁ, କେଶକୁ ନିୟମିତ ଟ୍ରିମିଙ୍ଗ୍ କରନ୍ତୁ।



Powered by Froala Editor