ଠିକଣା ବଦଳାଏ ଏହି  ଦ୍ୱୀପ

ଠିକଣା ବଦଳାଏ ଏହି ଦ୍ୱୀପ

ବିଶେଷ ଖବର

ଫ୍ରାନ୍ସ ଓ ସ୍ପେନ ମଝିରେ ଫିଜାଣ୍ଟ ଦ୍ୱୀପ ଅବସ୍ଥିତ । ଏହି ଦ୍ୱୀପଟିକୁ ନେଇ ଦୁଇ ଦେଶ ମଧ୍ୟରେ ଟଣା ଓଟରା ଚାଲିଥାଏ । ୩୬୩ ବର୍ଷ ତଳୁ ଅଶାନ୍ତିର ସୂତ୍ରପାତ ଆରମ୍ଭ ହୋଇଥିଲା । ସ୍ପେନ ଓ ଫ୍ରାନ୍ସ ଦୁହେଁ ଦ୍ୱୀପଟିକୁ ନିଜ ଦେଶର ମାନଚିତ୍ରରେ ମିଶାଇବାକୁ ଯୋଜନା ସେବେଠାରୁ ଚଲାଇଛନ୍ତି । ଏଥିପାଇଁ ବାରମ୍ବାର ସମସ୍ୟା ଉପୁଜିବାରୁ ଶେଷରେ ଦୁଇ ରାଷ୍ଟ୍ରମୁଖ୍ୟ ଆପୋଷ ବୁଝାମଣାରେ ଫିଜାଣ୍ଟ ଦ୍ୱୀପ ଚୁକ୍ତି ସ୍ୱାକ୍ଷର କଲେ ।

ଚୁକ୍ତି ଅନୁସାରେ, ଅଗଷ୍ଟ ୧ରୁ ଜାନୁୟାରୀରୁ ୩୧ ପର୍ଯ୍ୟନ୍ତ ଦ୍ୱୀପ ଫ୍ରାନ୍ସ ଅଧିନରେ ଓ ୧ ଫେବୃୟାରୀରୁ ଜୁଲାଇ ୩୧ ପର୍ଯ୍ୟନ୍ତ ସ୍ପେନ ଅଧିନରେ ରହିବ । ଏହିପରି ଭାବରେ ପ୍ରତି ୬ମାସରେ ଏହି ଦ୍ୱୀପର ଠିକଣା ପରିବର୍ତ୍ତନ ହେଉଛି ।

Powered by Froala Editor