ସେନାକୁ ତାଚ୍ଛଲ୍ୟ କରି ବିବାଦରେ ଅଭିନେତ୍ରୀ ରିଚା ଚଢା

ସେନାକୁ ତାଚ୍ଛଲ୍ୟ କରି ବିବାଦରେ ଅଭିନେତ୍ରୀ ରିଚା ଚଢା

ବିଶେଷ ଖବର

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ରିଚା ଚଢା ଭାରତୀୟ ସେନାକୁ ତାଚ୍ଛଲ୍ୟ କରିବା ଭଳି ଟୁଇଟ୍ କରି ବିବାଦରେ ଫସିଛନ୍ତି । ସେନା କମାଣ୍ଡର ଉପେନ୍ଦ୍ର ଦ୍ୱିବେଦୀ ପାକିସ୍ତାନ ଅଧିକାର କାଶ୍ମୀର (ପିଓକେ)କୁ ଫେରାଇ ଆଣିବା ପାଇଁ ଭାରତୀୟ ସେନା ପ୍ରସ୍ତୁତ ଏବଂ କେବଳ ସରକାରଙ୍କ ଆଦେଶକୁ ଅପେକ୍ଷା କରାଯାଇଛି ବୋଲି କହିଥିଲେ । ଏହା ଉପରେ ରିଚା ଟୁଇଟ କରିଥିଲେ ‘ଗଲୱାନ ସେଜ ହାଏ’ ।

 ୨୦୨୦ ଗଲୱାନ ଘାଟିରେ ଚୀନ ଏବଂ ଭାରତୀୟ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ପ୍ରାୟ ୨୦ ଭାରତୀୟ ଯବାନ ସହିଦ୍ ହୋଇଥିଲେ । ଯବାନଙ୍କ ସହିଦ ହେବାକୁ ନେଇ ରିଚାଙ୍କ ଏହି ଟୁଇଟ ଯୋଗୁ ତାଙ୍କୁ ଘୋର ସମାଲୋଚନା ଶିକାର ହେବାକୁ ପଡିଛି । ସୋସିଆଲ ମିଡିଆରେ ଭୀଷଣ ଟ୍ରୋଲ ହେବା ପରେ ସେ ତାଙ୍କ ଟୁଇଟକୁ ହଟାଇ ଦେଇଛନ୍ତି । ଏଥିସହ କ୍ଷମା ମଧ୍ୟ ମାଗିଛନ୍ତି ।

 ଉଦେ୍ଧଶ୍ୟମୂଳକ ଭାବେ ସେ ଏହା କରି ନଥିବା କୁହିଛନ୍ତି। ଅନ୍ୟପକ୍ଷରେ ରିଚାଙ୍କ ଏହି ଟୁଇଟ ପାଇଁ ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ ଜୁହୁ ଥାନାରେ ଏତଲା ଦେଇଛନ୍ତି । ଅଶୋକ କହିଛନ୍ତି, ରିଚା କାହା ନିଦେ୍ର୍ଧଶରେ କାମ କରୁଛନ୍ତି ତାହା ଜଣାନାହିଁ । ସେ ଜାଣିଶୁଣି ଗଲୱାନ ସହିଦଙ୍କୁ ଅପମାନିତ କରିଛନ୍ତି । ଆମ ସୁରକ୍ଷା ବଳକୁ ଉପହାସ କରିବା ଅଧିକାର କାହାର ନାହିଁ । ସେମାନେ ଦେଶ ଏବଂ ଦେଶବାସୀଙ୍କ ସୁରକ୍ଷା ପାଇଁ ଜୀବନ ବଳିଦେଉଛନ୍ତି ବୋଲି ଅଶୋକ କହିଛନ୍ତି ।  


Powered by Froala Editor