ଅମିତାଭ ବଚ୍ଚନଙ୍କୁ ନେଇ ଆସିଲା ବଡ ଖବର, ଜାଣନ୍ତୁ କ’ଣ

ଅମିତାଭ ବଚ୍ଚନଙ୍କୁ ନେଇ ଆସିଲା ବଡ ଖବର, ଜାଣନ୍ତୁ କ’ଣ

ବିଶେଷ ଖବର

ମୁମ୍ବାଇ : ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସ୍ୱର, ଫଟୋ ଓ ତାଙ୍କ ଭାବମୂର୍ତ୍ତି ଆଦି ତାଙ୍କ ବିନା ଅନୁମତିରେ କୌଣସି ଅନୁଷ୍ଠାନ ବ୍ୟବହାର କରିପାରିବେ ନାହିଁ । ଏନେଇ ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୁର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ଜଷ୍ଟିସ ନବୀନ ଜାୱଲା କହିଛନ୍ତି ଯେ, ବିନା ଅନୁମତିରେ ଏପରି କରିବା ତ୍ୱାରା ଅଭିଯୋଗକାରୀ ଅପୂରଣୀୟ କ୍ଷତି ସହିବା ସହିତ ସମ୍ମାନ ଯିବାର ସମ୍ମାବନା ରହିଛି । ଅମିତାଭ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ଏବଂ ଏହା ବିଭିନ୍ନ ବିଜ୍ଞାପନରେ ମଧ୍ୟ ପ୍ରତିନିଧିତ୍ୱ କରିଛନ୍ତି । ତାଙ୍କ ଅନୁମତି ବିନା ନିଜ ସାମଗ୍ରୀ ଏବଂ ସେବାକୁ ପ୍ରୋସôାହିତ କରିବା ପାଇଁ ଅଭିଯୁକ୍ତମାନେ ତାଙ୍କ ସେଲିବ୍ରିଟି ମାନ୍ୟତା ବ୍ୟବହାର କରିଛନ୍ତି । ଏହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି । 

ଏହି ମକଦ୍ଧମାରେ ଦର୍ଶାଯାଇଛି ଯେ ଅମିତାଭ ବଚ୍ଚନଙ୍କ ନାମ, ପ୍ରତିଛବି ଏବଂ ସ୍ୱର ମୋବାଇଲ୍ ଆପ୍ଲିକେସନ୍ ବିକାଶକାରୀଙ୍କ ଦ୍ୱାରା କୌନ ବାନେଗା କ୍ରୋରେପାଟୀ (କେବିସି) ସହିତ ବେଆଇନ ଭାବେ ଲଟେରୀ ଚଳାଇବା ପାଇଁ ବ୍ୟବହାର କରାଯାଉଥିଲା ।

ଏହା ସହିତ ବଚ୍ଚ ପୁସ୍ତକ ପ୍ରକାଶକ, ଟି-ସାର୍ଟ ବିକ୍ରେତା ଏବଂ ଅନ୍ୟାନ୍ୟ ବ୍ୟବସାୟ ବିରୋଧରେ ମଧ୍ୟ ଏକ ପ୍ରତିବନ୍ଧକ ଆଦେଶ ଲୋଡିଛନ୍ତି । ଆସନ୍ତା ବର୍ଷ ମାର୍ଚ୍ଚରେ ଏହି ମାମଲାର ଶୁଣାଣି ହେବ ।


Powered by Froala Editor