ପଦ୍ମପୁରରେ ମାଓ ପୋଷ୍ଟର, ଲୋକେ ଆତଙ୍କିତ

ପଦ୍ମପୁରରେ ମାଓ ପୋଷ୍ଟର, ଲୋକେ ଆତଙ୍କିତ

ରାଜ୍ୟ ଖବର

ପଦ୍ମପୁର : ଆଉ କିଛି ଦିନ ପରେ ପଦ୍ମପୁରରେ ଉପନିର୍ବାଚନ । ହେଲେ ଏହାପୂର୍ବରୁ ଲାଗିଛି ମାଓ ପୋଷ୍ଟର । ପୁଣି ସକ୍ରିୟ ହୋଇଗଲେଣି ମାଓବାଦୀ । ପଦ୍ମପୁରରେ ଦେଖିବାକୁ ମିଳିଛି ମାଓ ପୋଷ୍ଟର ।

ଖବର ଅନୁଯାୟୀ, ପାଇକମାଲ ରାସ୍ତା ମାଗୁରମାଲ ଛକରେ ଥିବା ନିଶାନୀ ମନ୍ଦିର ପାଖରେ ଲାଗିଛି ମାଓ ପୋଷ୍ଟର । ଶୁକ୍ରବାର ବିଳମ୍ବିତ ରାତିରେ ମାଓ ପୋଷ୍ଟର ଲାଗିଥିବା ସୂଚନା ମିଳିଛି । ମାଓବାଦୀ ନିଜର ସ୍ଥିତି ଜାହିର କରିବାକୁ ଏଭଳି ମାଓପୋଷ୍ଟର ଲଗାଇଛନ୍ତି । ଉପନିର୍ବାଚନ ବେଳେ ବାହାରୁ ଆସୁଥିବା ଲୋକଙ୍କୁ ଭୟ ଭୀତ କରିବାକୁ ମାଓବାଦୀ ଏଭଳି କରିଥିବା ଅନୁମାନ କରାଯାଉଛି ।

Powered by Froala Editor