କେନ୍ଦୁଝର : କେନ୍ଦୁଝରରେ ରାଗିଂ ଅଭିଯୁକ୍ତ ଛାତ୍ରଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ । ରାଗିଂ ଅଭିଯୋଗରେ ୮୨ ଜଣ ଛାତ୍ରଙ୍କୁ ୧ ହଜାର ଟଙ୍କା ଲେଖାଏଁ କର୍ତ୍ତୃପକ୍ଷ ଜରିମାନା କରିଛନ୍ତି । ଅଭିଯୋଗ ଅନୁସାରେ ଓଡ଼ିଶା ସ୍କୁଲ ଅଫ୍ ମାଇନିଂ ଇଞ୍ଜିନିୟରିଂ ଖଣ୍ଡାଧାର ଛାତ୍ରାବାସରେ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ତୃତୀୟ ବର୍ଷର ଛାତ୍ରମାନେ ରାଗିଂ କରିଥିଲେ । ପ୍ରାୟ ସପ୍ତାହ ତଳେ ହଷ୍ଟେଲରେ ସିନିୟରମାନେ ରାଗିଂ କରିଥିଲେ ।
ଅଭିଯୋଗ ପରେ,ଏକ ତଦନ୍ତ କମିଟି ଗଠନ କରାଯାଇ ଘଟଣାର ତଦନ୍ତ କରାଯାଇଥିଲା । ତଦନ୍ତ କମିଟି ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ପାଇବା ପରେ, ସମ୍ପୃକ୍ତ ଛାତ୍ରଙ୍କୁ ଜରିମାନା କରିଛନ୍ତି କର୍ତ୍ତୃପକ୍ଷ । ଏଥି ସହ ଏହି ଛାତ୍ରମାନେ ଲାଇବ୍ରେରୀରୁ ବହି ନେଇପାରିବେନି ବୋଲି ନିର୍ଦ୍ଦେଶ ଦିଆଯାଇଛି । ଏବଂ ପୁନର୍ବାର ଏଭଳି ଆଚରଣ କରିବେ ନାହିଁ ବୋଲି ଛାତ୍ରମାନେ ଲିଖିତ ଭାବେ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି ।
Powered by Froala Editor
