କଟକ: କେନ୍ଦ୍ରାପଡ଼ା ଜିଲ୍ଲା ବାଲିଆ ବାଣ ଟ୍ରାଜେଡିରେ ଜଣେ ବାଣୁଆଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଗୁରୁତର ୨ ବାଣୁଆ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ଗତ ରାତିରେ ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଛି। ମୃତ ବାଣୁଆ ହେଲେ ଉଦୟ ଭୋଇ ।
ଗତ ୨୩ ତାରିଖ ରାତିରେ କେନ୍ଦ୍ରାପଡ଼ା ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣରେ ବାଣ ପ୍ରତିଯୋଗିତା ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଗୋଟିଏ ବାଣ ବିସ୍ଫୋରଣ ପରେ ନିଆଁ ଯାଇ ବାଣ ଷ୍ଟକ୍ ଉପରେ ପଡ଼ିଥିଲା। ତା’ପରେ ସମସ୍ତ ବାଣ ଏକାବେଳେ ଫୁଟିବାରୁ ପ୍ରଚଣ୍ଡ ଶବ୍ଦ କରି ଚାରିଆଡ଼କୁ ଛିଟିକିଥିଲା। ଏଥିରେ ୪୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୪ ଗୁରୁତର ହୋଇଥିଲେ। ସମସ୍ତଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା ।
ଆହତଙ୍କ ମଧ୍ୟରୁ ୧୦ରୁ ଅଧିକ ICUରେ ଥିବା ବେଳେ, ଏସସିବିର ବର୍ଣ୍ଣ ଆଇସିୟୁରେ ୫ ଜଣ, ସେଣ୍ଟ୍ରାଲ ଆଇସିୟୁରେ ୨ ଜଣ ଏବଂ ଆଇସିୟୁରେ ୩ ଜଣଙ୍କ ଚିକିତ୍ସିତ ଅଛନ୍ତି। ଏହାବାଦ ୱାର୍ଡରେ ଏବେ ୨୩ ଜଣ ଚିକିତ୍ସାଧୀନ ଅଛନ୍ତି।
ଏହି ଘଟଣାରେ ୩ କଣକୁ ଗିରଫ କରିଛି କେନ୍ଦ୍ରାପଡ଼ା ସଦର ଥାନା ପୁଲିସ।
Powered by Froala Editor
