ଆଜି ସମ୍ବିଧାନ ଦିବସ

ଆଜି ସମ୍ବିଧାନ ଦିବସ

ରାଜ୍ୟ ଖବର

ସାମ୍ବିଧାନିକ ମୂଲ୍ୟବୋଧଗୁଡ଼ିକୁ ଆଗକୁ ବଢ଼ାଇବା ପାଇଁ ୨୦୧୫ମସିହାରେ କେନ୍ଦ୍ର କ୍ୟାବିନେଟ୍ ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ରୂପେ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଥିଲା । ସମ୍ବିଧାନ ଡ୍ରାପ୍ଟିଂ କମିଟିର ସଭାପତି ଥିଲେ ବିଆର୍ ଆମ୍ବେଦକର । କମିଟିରେ ଅନ୍ୟ ସଦସ୍ୟଙ୍କ ମଧ୍ୟରେ ଜୱାହରଲାଲ ନେହରୁ, ବଲ୍ଲଭଭାଇ ପଟେଲ, ଶ୍ୟାମା ପ୍ରସାଦ ମୁଖର୍ଜୀ ପ୍ରମୁଖ ସାମିଲ ଥିଲେ । ୧୯୪୯ ମସିହାରେ, ନଭେମ୍ବର ୨୬ ତାରିଖରେ ସମ୍ବିଧାନ ସଭା ଯଥାର୍ଥରେ ଭାରତୀୟ ସମ୍ବିଧାନକୁ ଗ୍ରହଣ କରିଥିଲା ।

ସମ୍ବିଧାନରେ ଥିବା ମୌଳିକ ଅଧିକାରଗୁଡ଼ିକ ଦେଶର ନାଗରିକଙ୍କ ପାଇଁ କବଚ ହୋଇଥିବାବେଳେ ମୌଳିକ କର୍ତ୍ତବ୍ୟଗୁଡ଼ିକ ଆମ ଦାୟିତ୍ୱ ବିଷୟରେ ଆମକୁ ମନେପକାଇ ଦେଉଛି । ନଭେମ୍ବର ୨୬ ତାରିଖରେ ଭାରତୀୟ ସମ୍ବିଧାନ ଦିବସ ପାଳିତ ହେବା ପୂର୍ବରୁ ଜାତୀୟ ଆଇନ ଦିବସ ରୂପେ ଏହା ପରିଚିତ ଥିଲା । 

Powered by Froala Editor