ଏଆଇସିସି ସଭାପତିଙ୍କୁ ଭେଟିଲେ ମାନସ ଚୌଧୁରୀ ଭୁବନେଶ୍ୱର : ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ। ସାକ୍ଷାତ କାଳରେ ବେଶ୍ କିଛି ସମୟ ଧରି ଓଡିଶା ରାଜନୀତି ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। ବିଶେଷ କରି କଂଗ୍ରେସ ସଂଗଠନ ସଂକ୍ରାନ୍ତରେ ଶ୍ରୀ ଖଡଗେ ପଚାରି ବୁଝିଥିଲେ। ସେହିପରି ଓଡିଶାରେ ଭାରତ ଯୋଡ ଯାତ୍ରାକୁ ଜନ ସମର୍ଥନ ମିଳିଥିଲା। ଲୋକମାନେ ସ୍ଵତଃ ପ୍ରବୃତ୍ତ ଭାବେ ଏଥିରେ ଯୋଡ଼ି ହୋଇଥିଲେ ବୋଲି ଶ୍ରୀ ଚୌଧୁରୀ ଅବଗତ କରିଥିଲେ। ରାଜ୍ୟରେ ବିଜେଡି କିଭଳି ବିପୁଳ କଳା ଟଙ୍କାରେ ନିର୍ବାଚନ ଲଢ଼ୁଛି, ବିଜେପି ଓ ବିଜେଡ଼ି ଭିତରେ କିଭଳି ଗୋପନ ବୁଝାମଣା ହୋଇଛି ଆଦି ସଂକ୍ରାନ୍ତରେ ଶ୍ରୀ ଚୌଧୁରୀ ଆଲୋଚନା କରିଥିଲେ। ଏହି ପରିପ୍ରେକ୍ଷୀରେ ସଂଗଠନକୁ ଶକ୍ତିଶାଳୀ କରିବା ପାଇଁ ଦିନ ରାତି ପରିଶ୍ରମ କରିବାକୁ ଶ୍ରୀ ଖଡଗେ ପରାମର୍ଶ ଦେଇଥିଲେ। ତୃଣମୂଳ ସ୍ତରକୁ ଯାଇ ସଂଗଠନ ସଜାଡିବାକୁ ଶ୍ରୀ ଖଡଗେ ଆହ୍ବାନ ଦେଇଥିଲେ।
