ସ୍କୁଲ ମଧ୍ୟାହ୍ନ ଭୋଜନରେ ଲୁଣ ବଦଳରେ ଡିଟରଜେଣ୍ଟ, ଅଳ୍ପକେ ବର୍ତ୍ତିଲେ ୨୦୦କୁନି ପିଲା

ସ୍କୁଲ ମଧ୍ୟାହ୍ନ ଭୋଜନରେ ଲୁଣ ବଦଳରେ ଡିଟରଜେଣ୍ଟ, ଅଳ୍ପକେ ବର୍ତ୍ତିଲେ ୨୦୦କୁନି ପିଲା

ରାଜ୍ୟ ଖବର

ନାଉଗାଁ : ମଧ୍ୟାହ୍ନ ଭୋଜନ ଲୁଣ ବଦଳରେ ଡିଟରଜେଣ୍ଟ ଭୁଲରେ ପକାଇ ଦେଇଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗିସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ମାରଡା ସରକାରୀ ଉପ୍ରା ବିଦ୍ୟାଳୟରେ । ମଧ୍ୟାହ୍ନ ଭୋଜନ ଡାଲମାରେ ରୋଷେୟା ଲୁଣ ବଦଳରେ ଡିଟରଜେଣ୍ଟ ପାଉଡର ପକାଇ ଦେଇଥିଲେ । ପିଲାଙ୍କୁ ଖାଦ୍ୟ ପରସା ଯିବା ସମୟରେ ଡାଲମାରୁ ଗନ୍ଧ ଆସିବାରୁ ଶିକ୍ଷକଶିକ୍ଷୟତ୍ରୀମାନେ ପିଲାଙ୍କୁ ଖାଇବାକୁ ବାରଣ କରିଥିଲେ । ସେହି ଖାଦ୍ୟ ଫିଙ୍ଗି ଦିଆଯାଇ ଛାତ୍ରଛାତ୍ରୀମାନଙ୍କୁ ବିସ୍କୁଟ ଦିଆଯାଇଥିଲା । କିନ୍ତୁ, ଛାନଭିନରୁ ଡାଲମାରେ ଡିଟରଜେଣ୍ଟ ପଡିଥିବା ସ୍ପଷ୍ଟ ହୋଇଥିଲା ।

 
ସୂଚନା ଅନୁସାରେ, ଏହି ବିଦ୍ୟାଳୟରେ ୧ମରୁ ୮ମଶ୍ରେଣୀ, ମୋଟ ୨୧୩ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଆଜି ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନରେ ଭାତ-ଡାଲମା ପ୍ରସ୍ତୁତ ହୋଇଥିଲା । ଖାଦ୍ୟ ପରସା ଯିବା ସମୟରେ ଡାଲମାରୁ ଏକ ଭିନ୍ନପ୍ରକାର ଦୁର୍ଗନ୍ଧ ଆସିବା ସହ ଏହାକୁ ପାଟିରୁ ନେଇଥିବା କିଛି ପିଲାଙ୍କୁ ବାନ୍ତି ଦେଖାଇଥିଲା । ଶିକ୍ଷକ/ଶିକ୍ଷୟତ୍ରୀ ଓ ପ୍ରଧାନଶିକ୍ଷୟତ୍ରୀ ଅନୁଧ୍ୟାନ କରି ତାହାକୁ ଖାଇବାକୁ ବାରଣ କରି ସେସବୁକୁ ଫୋପାଡି ଦେଇଥିଲେ । ଏହି ଖବର ଜଣାପଡିବା ପରେ ଅଭିଭାବକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।


ସୂଚନାଯୋଗ୍ୟ ଯେ, ଏହି ବିଦ୍ୟାଳୟରେ ୨୧୩ ଛାତ୍ରଛାତ୍ରୀ ପଢୁଥିବାରୁ ମଧ୍ୟାହ୍ନଭୋଜନ ପ୍ରସ୍ତୁତ ପାଇଁ ୪ଜଣ ନିୟୋଜନ ହେବା ଆବଶ୍ୟକ । କିନ୍ତୁ, ସ୍କୁଲରେ ଏବେ ମାତ୍ର ୨ଜଣ ରୋଷେୟା କାମ କରୁଛନ୍ତି ।

Powered by Froala Editor