ଆଜି ଭାରତ-ନ୍ୟୁଜିଲାଣ୍ଡ ୨ୟ ଦିନିକିଆ ମ୍ୟାଚ୍‌, ଭାରତକୁ ପ୍ରଥମେ ବ୍ୟାଟିଂ ସୁଯୋଗ

ଆଜି ଭାରତ-ନ୍ୟୁଜିଲାଣ୍ଡ ୨ୟ ଦିନିକିଆ ମ୍ୟାଚ୍‌, ଭାରତକୁ ପ୍ରଥମେ ବ୍ୟାଟିଂ ସୁଯୋଗ

ଖେଳ ଖବର

ହାମିଲ୍‌ଟନ: ହାମିଲ୍‌ଟନରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୨ୟ ଦିନିକିଆ ମ୍ୟାଚ୍‌ ଆରମ୍ଭ ହୋଇଛି। ଟସ ଜିତି ନ୍ୟୁଜିଲାଣ୍ଡର ଫିଲଡିଂ ନିଷ୍ପତ୍ତି ନେଇଛି। ଭାରତକୁ ପ୍ରଥମେ ବ୍ୟାଟିଂ ସୁଯୋଗ ମିଳିଛି। ଶୃଙ୍ଖଳା ଜୀବନ୍ତ ରଖିବାକୁ ହେଲେ ପୂର୍ବରୁ ୨ଟି ମ୍ୟାଚ ହାରିଥିବା ଭାରତକୁ ଆଜିର ମ୍ୟାଚ ଜିତିବାକୁ ପଡ଼ିବ।

ଅନ୍ୟପକ୍ଷରେ ଆଜିର ମ୍ୟାଚ ପାଇଁ ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି। ଦଳରେ ଦୀପକ ହୁଦା ଓ ଦୀପକ ଚହରଙ୍କୁ ସାମିଲ କର ଯାଇଥିବା ବେଳେ ସଞ୍ଜୁ ସାମସନ ଓ ସାର୍ଦୁଲ ଠାକୁରଙ୍କୁ ବାଦ ଦିଆଯାଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ୪.୫ ଓଭରରେ ୨୨ ରନ ସଂଗ୍ରହ କରିଛି। ଶିଖର ଧାୱନ ୮ଟି ବଲରେ ୨ ରନ ଓ ସୁବମନ ଗିଲ ୨୧ଟି ବଲରେ ୧୯ ରନ କରିଛନ୍ତି। ଏହି ସମ୍ବାଦଟି ପ୍ରସ୍ତୁତ ହେବା ବେଳକୁ ବର୍ଷା ଯୋଗୁ ଖେଳ ଅଟକି ଥିବା ଜଣାପଡିଛି।



Powered by Froala Editor