ହାଡଭଙ୍ଗା ଶୀତରେ ଥରୁଛି ଓଡିଶା

ହାଡଭଙ୍ଗା ଶୀତରେ ଥରୁଛି ଓଡିଶା

ରାଜ୍ୟ ଖବର

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଏବେ ଅସମ୍ଭାଳ ହେଲାଣି । କିଛି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଆସିଛି । କୋରାପୁଟର ସେମିଳିଗୁଡ଼ା ସବୁଠୁ ଥଣ୍ଡା ସହର ପାଲଟିଛି । ଏଠାରେ ପାରଦ ୭.୬ ଡିଗ୍ରୀ ରେକର୍ଡ ହୋଇଛି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ରାତି ତାପମାତ୍ରା ୧୫ଡିଗ୍ରୀ ତଳେ ଅଛି ।

କନ୍ଧମାଳ ଜି.ଉଦୟଗିରିରେ ରାତି ତାପମାତ୍ରା ୯ ଡିଗ୍ରୀ ରହିଛି । ସୁନ୍ଦରଗଡ କିରେଇରେ ୯.୪, କନ୍ଧମାଳର ଫୁଲବାଣୀରେ ୯.୫, ସମ୍ବଲପୁର ଚିପିଲିମାରେ ୯.୮, କେନ୍ଦୁଝରରେ ୧୦ ଓ ଦାରିଙ୍ଗିବାଡିରେ ରାତି ତାପମାତ୍ରା ୧୦ଡିଗ୍ରୀ ରହିଛି। ଝାରସୁଗୁଡ଼ାରେ ୧୦.୬, ରାଣୀତାଳରେ ୧୧, ଦେବଗଡ଼ରେ ୧୧.୫, ହୀରାକୁଦରେ ୧୧.୮, ସୁନ୍ଦରଗଡରେ ୧୨, ବରଗଡ଼ରେ ୧୨.୪, କୋରାପୁଟରେ ୧୨.୬, ଅନୁଗୁଳରେ ୧୨.୬, ଭବାନୀପାଟଣାରେ ୧୩, ସମ୍ବଲପୁରରେ ୧୩.୫, ବଲାଙ୍ଗୀରରେ ୧୩.୫, ବାଲେଶ୍ୱରରେ ୧୩.୯, ଟିଟିଲାଗଡ଼ରେ ୧୪, ବୌଦ୍ଧରେ ୧୪, ଭଦ୍ରକରେ ୧୪ ଓ କଟକରେ ରାତି ତାପମାତ୍ରା ୧୪.୮ ଡିଗ୍ରୀ ରେକର୍ଡ ହୋଇଛି।

ରାଜ୍ୟରେ ଶୀତ ଲହରୀ ଜାରି ରହିବ । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକ ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ । ସକାଳେ କୁହୁଡ଼ି ପାଗ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।



Powered by Froala Editor