ଭୁବନେଶ୍ଵର: ବଦଳିଲା କ୍ୟାପିଟାଲ ହସ୍ପିଟାଲ ବହିର୍ବିଭାଗ ସମୟ। ଆସନ୍ତା ଡିସେମ୍ଵର ମାସ ୧ ତାରିଖରୁ ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ଖୋଲା ରହିବ ଓପିଡି। ମଧ୍ୟାହ୍ନ ଭୋଜନ ପାଇଁ ଅପରାହ୍ଣ ୧ଟାରୁ ୨ଟା ପର୍ୟ୍ୟନ୍ତ ଓପିଡି ବନ୍ଦ ରହିବ। ଏଥିପାଇଁ ପଞ୍ଜିକରଣ କାଉଣ୍ଟର ସକାଳ ୮ଟା ୩୦ ରୁ ଦିନ ୧୨ଟା ୩୦ ଏବଂ ୧ଟା ୩୦ ରୁ ୪ଟା ୩୦ ପର୍ୟ୍ୟନ୍ତ ଖୋଲା ରହିବ। ସପ୍ତାହର ସବୁଦିନ ଏହି ସୁବିଧା ଉପଲବ୍ଧ ହେବ। ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ, ଏହି ସମୟରେ ପରିବର୍ତ୍ତନ କରାଯାଇଛି। ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି।
ସେହିପରି ରକ୍ତ ନମୁନା ସଂଗ୍ରହ ଏବଂ ପରୀକ୍ଷା ନୂତନ ଓପିଡି ସମୟ ଅନୁଯାୟୀ ଖୋଲା ରହିବ। ଜରୁରୀକାଳୀନ ବିଭାଗ ୨୪ ଘଣ୍ଟା ଖୋଲା ରହିବ ଏବଂ ଅନ୍ୟାନ୍ୟ ସବୁରୋଗୀ ସେବା ପୂର୍ବ ଭଳି ଚାଲୁରହିବ ଵୋଲି ସୂଚନା ମିଳିଛି।
Powered by Froala Editor
