ଆନ୍ଦୋଳନରେ ଓକିଲ : ପୋଲିସ ଓକିଲ ଧସ୍ତାଧସ୍ତି

ଆନ୍ଦୋଳନରେ ଓକିଲ : ପୋଲିସ ଓକିଲ ଧସ୍ତାଧସ୍ତି

ରାଜ୍ୟ ଖବର

ସମ୍ବଲପୁର: ପୁଣି ଥରେ ଆନ୍ଦୋଳନରେ ବସିଲେ ଓକିଲ। ପ୍ରତି ବୁଧବାର ପରି ଆଜି ମଧ୍ୟ ସମ୍ବଲପୁରରେ ଆନ୍ଦୋଳନରେ ବସିଲେ ଓକିଲ। ହାଇକୋର୍ଟର ସ୍ଥାୟୀ ବେଂଚ ଦାବି ନେଇ ଓକିଲଙ୍କ ଆନ୍ଦୋଳନ ଜାରି ରହିଛି। ବିଚାରପତିଙ୍କୁ କୋର୍ଟ ଯିବାକୁ ବାରଣ କଲେ ଆନ୍ଦୋଳନକାରୀ ଆଇନଜୀବୀ।

ଏହି ସମୟରେ ପୋଲିସ୍ ଓ ଆନ୍ଦୋଳନକାରୀ ଆଇନଜୀବୀଙ୍କ ମଧ୍ୟରେ ହୋଇଥିଲା ଧସ୍ତାଧସ୍ତି। ପରିସ୍ଥିତି ଠିକ୍ ନଥିବାରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ପ୍ରକାଶ ଯେ, ରାଜ୍ୟରେ ଗତ କିଛି ମାସ ହେଲା ଓକିଲଙ୍କ ଆନେ୍ଦାଳନ ପାଇଁ କୋର୍ଟ କାର୍ଯ୍ୟ ବ୍ୟାହତ ହେଉଛି । ଲୋକମାନେ ବି ହଇରାଣ ହେଉଛନ୍ତି । ତେବେ ରାଜ୍ୟରେ ଓକିଲ ଆନେ୍ଦାଳନ ନେଇ ସୁପ୍ରିମକୋର୍ଟ ଏକ ବଡ଼ ନିଦେ୍ର୍ଧଶ ଦେଇଥିଲେ । ଆନେ୍ଦାଳନ କରୁଥିବା ଓକିଲଙ୍କ ଲାଇସେନ୍ସ ବାତିଲ କରିବା ପାଇଁ ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଥିଲେ ।  ଲାଇସେନ୍ସ ବାତିଲ ପାଇଁ ବାର କାଉନସିଲ ଅଫ ଇଣ୍ଡିଆକୁ ନିଦେ୍ର୍ଧଶ ଦେଇଥିଲେ ।  ଏଥିସହ ନ୍ୟାୟିକ ଅଧିକାରୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ବି ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଥିଲେ ।  ନ୍ୟାୟିକ ଅଧିକାରୀ ଓ ମହକିଲଙ୍କୁ  ସୁରକ୍ଷା ଯୋଗାଇ ଦେବାକୁ ବି ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଥିଲେ ।  କୋର୍ଟ ଚାଲିବାକୁ ଆବଶ୍ୟକ ହେଲେ ଆନେ୍ଦାଳନକାରୀଙ୍କୁ ଗିରଫ କରିବାକୁ ବି ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଥିଲେ ।

Powered by Froala Editor