ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ

ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ

ଜାତୀୟ ଖବର


ଦିନକୁ ଦିନ ବୃଦ୍ଧି ପାଉଥିବା ପ୍ରଦୂଷଣ ଯୋଗୁ ସୃଷ୍ଟ ସମସ୍ୟାଗୁଡ଼ିକ ଉପରେ ସଚେତନତା ସୃଷ୍ଟି ଉଦେ୍ଧଶ୍ୟରେ ପ୍ରତି ବର୍ଷ ପାଳିତ ହୁଏ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ । କେବଳ ଭାରତ ନୁହେଁ, ବିଶ୍ୱ ସାମ୍ନାରେ ପ୍ରଦୂଷଣ ଆଜି ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । କଠିନ, ତରଳ, ଗ୍ୟାସୀୟ କିମ୍ବା ଶକ୍ତିର ଅନ୍ୟ ରୂପ ଯଥା ଉତ୍ତାପ, ଶବ୍ଦ ଆଦି କ୍ଷେତ୍ରରେ ପ୍ରଦୂଷଣ ବିଶ୍ୱକୁ ପୃଥିବୀକୁ ଅଣନିଶ୍ୱାସୀ କରିଛି । ଏଥିରୁ ମୁକ୍ତି ପାଇବା ଲାଗି ବଳିଷ୍ଠ ପଦକ୍ଷେପ ନେବା ଜରୁରୀ । ଔଦ୍ୟୋଗିକ ବର୍ଜ୍ୟର ନିୟନ୍ତ୍ରଣ ସହିତ ପ୍ରଦୂଷଣ ସହ ହ୍ରାସ ଏହି ଦିବସର ମୁଖ୍ୟ ଉଦେ୍ଧଶ୍ୟ ।

ପ୍ରଦୂଷଣ ନିୟନ୍ତ୍ରଣ ଓ ପ୍ରତିରୋଧ ନିମନ୍ତେ ସମଗ୍ର ବିଶ୍ୱରେ ସରକାର ଭିନ୍ନ ଭିନ୍ନ ନିୟମ ଲାଗୁ କରିଛନ୍ତି । ଏହି କ୍ରମରେ ଭାରତ ସରକାର ମଧ୍ୟ ପ୍ରଦୂଷଣ ନିୟନ୍ତ୍ରଣ ଲାଗି ଅନେକ ନିୟମ ପ୍ରଣୟନ କରିଛନ୍ତି । ଏହା ସତ୍ତ୍ୱେ ପ୍ରଦୂଷଣ ସ୍ତର ହ୍ରାସରେ ଫଳପ୍ରଦ ପରିଣାମ ମିଳିପାରିନି । ତେଣୁ ବ୍ୟକ୍ତିଗତ ସ୍ତରରେ ସକ୍ରିୟ ପଦକ୍ଷେପ ଜରିଆରେ ପ୍ରଦୂଷଣର ମୁକାବିଲା ସମ୍ଭବ ବୋଲି ଏହି ଦିବସ ବାର୍ତ୍ତା ଦିଏ । 

 

Powered by Froala Editor