ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ମଲ୍ଳିକାର୍ଜୁନ ଖଡ଼ଗେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ରାଜ୍ୟସଭାରେ ବିରୋଧୀ ନେତାଙ୍କୁ ନେଇ ଚର୍ଚ୍ଚା ବଢ଼ିଛି। ଏପର୍ୟ୍ୟନ୍ତ ବିରୋଧୀ ଭାବରେ କାହାକୁ ବଛାଯାଇନାହିଁ। ଏହାରି ମଧ୍ୟରେ ଖବର ଆସିଛି ଯେ, ଖଡ଼ଗେ ହିଁ ବିରୋଧୀ ନେତା ହୋଇରହିବେ। ଖାସ୍ କଥା ହେଉଛି ଯଦି ଏଭଳି ହେଉଛି, ତେବେ କଂଗ୍ରେସ ଏହାର ‘ଜଣେ ବ୍ୟକ୍ତି ଗୋଟିଏ ପଦ’ ନିୟମ ଭାଙ୍ଗିବ।
ସୂଚନାଅନୁଯାୟୀ, ପାର୍ଟିକୁ ଖଡ଼ଗେଙ୍କ ବିକଳ୍ପ ଖୋଜିବା ଚାଲେଞ୍ଜ ହୋଇଛି। ଏଥିପାଇଁ ଏହି ବରିଷ୍ଠ ନେତା ବିରୋଧୀ ନେତା ଭୂମିକା ତୁଲାଇବେ। ଏକ ରିପୋର୍ଟ ଅନୁଯାୟୀ ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ରଣନୀତି ଗ୍ରୁପର ଏକ ବୈଠକ ଡକାଇଥିଲେ। ଏହି ବୈଠକରେ କେବଳ ଖଡ଼ଗେ, ବରିଷ୍ଠ ନେତା ଜୟରାମ ରମେଶ ,ବଂ କେସି ବେଣୁଗୋପାଳ ସାମିଲ ରହିଥିଲେ।
କୁହାଯାଉଥିଲା ଯେ ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ଏବଂ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍ଙ୍କ ନାମରେ ବିଚାର କରାଯାଉଛି। ବଡ଼ କଥା ହେଉଛି ଅଧ୍ୟକ୍ଷ ପଦ ନିର୍ବାଚନ ସମୟରେ ଓ୍ବାଏନାଡ ସାଂସଦ ରାହୁଲ ଗାନ୍ଧୀ ’ଗୋଟିଏ ବ୍ୟକ୍ତି ଗୋଟିଏ ପଦ’ ନିୟମ ଉପରେ ଜୋର୍ ଦେଇଥିଲେ।
Powered by Froala Editor
