ଏସ୍‌ଟିଏଫ୍‌ ଉପରକୁ ଗୁଳିମାଡ଼ କଲେ ଗୋରୁ ମାଫିଆ

ଏସ୍‌ଟିଏଫ୍‌ ଉପରକୁ ଗୁଳିମାଡ଼ କଲେ ଗୋରୁ ମାଫିଆ

ରାଜ୍ୟ ଖବର

କେନ୍ଦୁଝର  :ଏସ୍‌ଟିଏଫ୍‌ ଉପରକୁ ଗୁଳିମାଡ଼ । କେନ୍ଦୁଝର ଜିଲ୍ଲା ଯୋଡିଆ ଘାଟିରେ ଘଟିଛି ଏହି ଘଟଣା । ମାମଲାରେ ୨ଜଣଙ୍କୁ ଗିରଫ କରିଛି ପୋଲିସ ।

ଅନୁଯାୟୀ, ୫ଟି ଗୋରୁ ଗାଡିକୁ ଅଟକାଇବାକୁ ଚେଷ୍ଟା କରୁଥିଲେ ଏସ୍‌ଟିଏଫ୍‌ ଟିମ୍‌ । ଏହି ସମୟରେ  ଗୋରୁ ମାଫିଆମାନେ ହଠାତ୍‌ ଏସ୍‌ଟିଏଫ୍‌ ଟିମ୍‌ ଉପରକୁ ଗୁଳିମାଡ଼ କରିଥିଲେ । ଯାହାଫଳରେ ୩ଟି କଣ୍ଟେନର ନେଇ ଫେରାରେ ହେବାର ସଫଳ ହୋଇଛନ୍ତି ଗୋରୁ ମାଫିଆ । ହେଲେ ଏସ୍‌ଟିଏଫ୍‌ ୨ଟି କଣ୍ଟେନରକୁ ଜବତ କରିଛି । ଏହା ସହ ଦୁଇ ଜଣଙ୍କୁ ଗିରଫ କରିଛି ଏସ୍‌ଟିଏଫ ।

ତେବେ ଘଟଣାରେ କେତେ ଜଣେ ଆହତ ହୋଇଛନ୍ତି । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଏପିରିକି ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ ଥିବା ସୂଚନା ମିଳିଛି ।



Powered by Froala Editor