ଦେବଗଡ଼ : ଜନ୍ତୁ ଶିକାର ପାଇଁ ରାସ୍ତାରେ ବିଛାଯାଇଥିଲା ବିଦ୍ୟୁତ ତାର। ତାହା ସଂସ୍ପର୍ଶରେ ଆସି ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ଟାଇଁସର ଗାଁରେ। ଗୁରୁତର ହୋଇଥିବା ମହିଳା ଜଣଙ୍କ ହେଲେ ସଂଯୁକ୍ତା ପ୍ରଧାନ।
ଟାଇଁସର ଗାଁ ନିକଟରେ ସଂଯୁକ୍ତାଙ୍କର ଧାନ ବିଲ ରହିଛି। ଆଜି ଭୋରରୁ ସଂଯୁକ୍ତା ବିଲରେ କାଟି ରଖିଥିବା ଧାନକୁ ଆଣିବାକୁ ସ୍ୱାମୀଙ୍କ ସହ ଯାଉଥିଲେ। ସ୍ୱାମୀ ଶଗଡ଼ରେ ଯାଉଥିବାବେଳେ ସଂଯୁକ୍ତା ଚାଲିଚାଲି ଯାଉଥିଲେ। ଟାଇଁସର ଗାଁ ନିକଟରେ ଜନ୍ତୁ ଶିକାର ପାଇଁ ବିଦ୍ୟୁତ ତାର ରାସ୍ତାରେ ବିଛାଯାଇଥିଲା। ସଂଯୁକ୍ତା କୁହୁଡ଼ି ହୋଇଥିବାରୁ ରାସ୍ତାରେ ତାର ବିଛାଯାଇଥିବା ଜାଣି ପାରି ନଥିଲେ। ସେହି ତାର ସଂସ୍ପର୍ଶରେ ଆସିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସଂଯୁକ୍ତାଙ୍କ ଶରୀରରେ ବିଦ୍ୟୁତ ତାର ଲାଗି ପୋଡି ଯାଇଛି।
Powered by Froala Editor
