ପଦ୍ମପୁର ଉପନିର୍ବାଚନ : ରାଉଣ୍ଡ-୧ ସୁଦ୍ଧା କାହାକୁ କେତେ ଭୋଟ ?

ପଦ୍ମପୁର ଉପନିର୍ବାଚନ : ରାଉଣ୍ଡ-୧ ସୁଦ୍ଧା କାହାକୁ କେତେ ଭୋଟ ?

ରାଜ୍ୟ ଖବର

ଭୁବନେଶ୍ୱର: ପଦମପୁର ଫାଇଟରେ କିଏ ମାରିବ ବାଜି ? କିଏ ପିନ୍ଧିବ ବିଜୟ ଟୀକା ? ୨୦୨୪ ପୂର୍ବରୁ କଣ ରାୟ ଦେବ ପଦମପୁର । କଣ କହୁଛି ଜନାଦେଶ । ଧଡ଼ଧଡ଼ ହେଲାଣି ନେତାଙ୍କ ଛାତି । ଷ୍ଟ୍ରଙ୍ଗ ରୁମ ଖୋଲିବା ପରେ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲଟ ପେପର ଗଣିତହେବା ପରେ ଏବେ ଇଭିଏମ ଭୋଟ ଗଣତି ଆରମ୍ଭ ହୋଇଛି । । ୧୪ଟି ଟେବୁଲେ ୩୧୯ଟି ବୁଥର ଗଣତି ବ୍ୟବସ୍ଥା କରାଯାଇଛି । ମୋଟ ୨୩ଟି ରାଉଣ୍ଡରେ ହେବ ଭୋଟ ଗଣତି । ପଦ୍ମପୁର ଆସନ ହାତେଇବାକୁ ପ୍ରମୁଖ ଦାବିଦାର ହେଉଛନ୍ତି ବିଜେପିର ପ୍ରଦୀପ ପୁରୋହିତ, ବିଜେଡିର ବର୍ଷା ସିଂ ବରିହା ଓ କଂଗ୍ରେସର  ସତ୍ୟଭୂଷଣ ସାହୁ । ସେମାନଙ୍କ ମଧ୍ୟରୁ ପଦ୍ମପୁରବାସୀ କାହାକୁ ନିଜ ନେତା ବାଛିବେ ତାହା ଆଜି ହିଁ ସ୍ପଷ୍ଟ ହୋଇଯିବ । ତେବେ ପ୍ରଥମ ରାଉଣ୍ଡ ଗଣତି ସୁଦ୍ଧା କାହାକୁ କେତେ ଭୋଟ ମିଳିଛି ଆସନ୍ତୁ ଜାଣିବା

ପ୍ରଦୀପ ପୁରୋହିତ-୩୭୮୯
ବର୍ଷା ସିଂ ବରିହା-୫୫୦୧
ସତ୍ୟଭୂଷଣ ସାହୁ-୨୦୬

Powered by Froala Editor