ଭଡାଘରେ ମାଲକାନଗିରି : ଭଡା ଘରେ ଚାଲିଥିଲା ସେକ୍ସ ରାକେଟ । ରାତି ହେଲେ ଆସୁଥିଲେ ଭଳିକି ଭଳି ଗରାଖ । ସବୁବେଳେ ଲୋକଙ୍କ ଗହଳି ସାଙ୍ଗକୁ ଅଚିହ୍ନା ଲୋକଙ୍କୁ ଦେଖି ସ୍ଥାନୀୟ ଲୋକେ ପୁଲିସ୍କୁ ଖବର ଦେଇଥିଲେ । ପୁଲିସ୍ ଚଢାଉ କରି ସେଠାରେ ସେକ୍ସ ରାକେଟ ଚାଲୁଥିବା ଜାଣିବାକୁ ପାଇଲା । ପୁଲିସ୍ ଉକ୍ତ ଘରୁ ୨ ଯୁବକଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି । ଏପରି ଘଟଣା ମାଲକାନଗିରି ଜିଲ୍ଲା କୁମୁଟିଗୁଡାରେ ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ କୁମୁଟିଗୁଡାସ୍ଥିତ ଏକ ଭଡା ଘରେ ଦୀର୍ଘ ଦିନ ହେଲା ସେକ୍ସ ରାକେଟ ଚାଲୁଥିଲା । ଏଠାକୁ ସବୁବେଳେ ଭିନ୍ନ ଭିନ୍ନ ଲୋକେ ଆସୁଥିବା ଦେଖି ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା । ଏନେଇ ଖବର ପାଇ ଗତକାଲି ରାତିରେ ପୁଲିସ୍ ଟିମ୍ ଚଢାଉ କରିଥିଲା । ଏହି ଚଢ଼ାଉ ସମୟରେ ଅସଞ୍ଜତ ଅବସ୍ଥାରେ ସେହି ଘରୁ ୨ ଜଣ ଯୁବକ ଓ ୨ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା । ୨ ଯୁବକଙ୍କ ସମେତ ୩ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି । ତେବେ ଗିରଫ ହୋଇଥିବା ୨ ଜଣ ଯୁବକ ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲ୍ଲାର ବୋଲି ଜଣା ପଡ଼ିଛି । ତେବେ ଉଦ୍ଧାର ଦୁଇ ଯୁବତୀଙ୍କ ମଧ୍ୟରୁ ଜଣେ ଝାରସୁଗୁଡାର ଓ ଅନ୍ୟ ଜଣେ ମାଲକାନଗିରିର ବୋଲି ଜଣାପଡ଼ିଛି ।
Powered by Froala Editor
