ପଦ୍ମପୁର ଉପନିର୍ବାଚନ ଭୋଟ୍‌ ଗଣତି : ରାଉଣ୍ଡ-୫ ସୁଦ୍ଧା କାହାକୁ କେତେ ଭୋଟ?

ପଦ୍ମପୁର ଉପନିର୍ବାଚନ ଭୋଟ୍‌ ଗଣତି : ରାଉଣ୍ଡ-୫ ସୁଦ୍ଧା କାହାକୁ କେତେ ଭୋଟ?

ରାଜ୍ୟ ଖବର

 

ଭୁବନେଶ୍ୱର:  ପଦ୍ମପୁର ଉପନିର୍ବାଚନରେ ଆଜି ଭୋଟ୍‌ ଗଣତି ଚାଲିଛି। ପଦମପୁର ଫାଇଟରେ କିଏ ମାରିବ ବାଜି ? କିଏ ପିନ୍ଧିବ ବିଜୟ ଟୀକା ? ୨୦୨୪ ପୂର୍ବରୁ କଣ ରାୟ ଦେବ ପଦମପୁର । କଣ କହୁଛି ଜନାଦେଶ । ଧଡ଼ଧଡ଼ ହେଲାଣି ନେତାଙ୍କ ଛାତି । ଷ୍ଟ୍ରଙ୍ଗ ରୁମ ଖୋଲିବା ପରେ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲଟ ପେପର ଗଣିତହେବା ପରେ ଏବେ ଇଭିଏମ ଭୋଟ ଗଣତି ଜାରି ରହିଛି । । ମୋଟ ୨୩ ରାଉଣ୍ଡ ଗଣତି ହେବାକୁ ଥିବାବେଳେ ରାଉଣ୍ଡ-୫  ଗଣତି ଶେଷ ହୋଇଛି। ରାଉଣ୍ଡ-୫  ଶେଷ ସୁଦ୍ଧା ବିଜେଡି ଆଗରେ ରହିଛି। ପଦ୍ମପୁରରେ ବିଜେଡି ତା’ର ଆସନ ବଜାୟ ରଖୁଛି ନା ଧାମନଗର ପରି ପଦ୍ମପୁରରେ ପଦ୍ମ ଫୁଟାଇବ ବିଜେପି, ତା’ ଉପରେ ସମସ୍ତଙ୍କ ନଜର । ବିଜେଡି ପ୍ରାର୍ଥୀ ବର୍ଷା ବରିହା ସିଂ, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ସମେତ ୧୦ଜଣଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ।  ୨୩ ରାଉଣ୍ଡ ଗଣନା ପରେ ଫଳାଫଳ ବାହାରିବ । ତେବେ  ରାଉଣ୍ଡ-୫  ଗଣତି ଶେଷ ସୁଦ୍ଧା କାହାକୁ କେତେ ଭୋଟ ମିଳିଛି ଆସନ୍ତୁ ଜାଣିବା

 

ପ୍ରଦୀପ ପୁରୋହିତ(ବିଜେପି)- ୪୧୫୭    ମୋଟ-୧୭୮୧୬

ବର୍ଷା ସିଂ ବରିହା(ବିଜେଡି)-୪୩୬୧     ମୋଟ-୨୬୧୯୮

ସତ୍ୟଭୂଷଣ ସାହୁ(କଂଗ୍ରେସ-)୨୨୯    ମୋଟ-୮୪୫

 ବିଦ୍ୟାଧର ପାଣ୍ଡଭ-୧୩             ମୋଟ-୬୭

 ମୁକ୍ତେଶ୍ୱର ଦାସ-୧୫                ମୋଟ-୪୯

ଉଦିତ ବନ୍ଦିଆ-୨୦                   ମୋଟ-୮୭

ଗଙ୍ଗାଧର ସାହା-୧୩          ମୋଟ-୯୬

ଦେବରଚନ ନାୟକ-୨୦        ମୋଟ-୧୧୧

ବୃନ୍ଦାବନ ପରୋହିତ-୨୧       ମୋଟ-୧୧୮

ସହଦେବ ସାହୁ-୪୪       ମୋଟ-୨୭୧

ନୋଟା-୮୬          ମୋଟ-୪୭୩

Powered by Froala Editor