ମାଡ଼ି ଚାଲିଛି ବିଜେଡି : ବିଜେଡି ୨୬୧୯୮,ବିଜେପି ୧୭୮୧୬, କଂଗ୍ରେସ ୮୪୫

ମାଡ଼ି ଚାଲିଛି ବିଜେଡି : ବିଜେଡି ୨୬୧୯୮,ବିଜେପି ୧୭୮୧୬, କଂଗ୍ରେସ ୮୪୫

ରାଜ୍ୟ ଖବର


ଭୁବନେଶ୍ୱର:  ମାଡ଼ି ଚାଲିଛି ବିଜେଡି । ଭୋଟ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି । ବିରୋଧୀଙ୍କୁ ପଛରେ ପକାଇ ଦ୍ରତ ଗତିରେ ଆଗେଇ ଚାଲିଛି ବିଜେଡି । ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ପଛରେ ପକାଇ ଆଗକୁ ଆଗକୁ ମାଡ଼ି ଚାଲିଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । ପ୍ରଥମ ରାଉଣ୍ଡ ଭୋଟ ଗଣତି ଠାରୁ ହିଁ ବିଜେଡି ଆଗୁଆ ରହିଛି ।  ମୋଟ ୨୩ ରାଉଣ୍ଡ ଭୋଟ ଗଣତି ହେବାକୁ ଥିବାବେଳେ ଏବେ ସୁଦ୍ଧା ୫ମ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି । ଆଉ ୫ମ ରାଉଣ୍ଡ ସୁଦ୍ଧା ବିଜେଡି ୮୩୮୨  ଖଣ୍ଡ ଭୋଟରେ ଆଗୁଆ ରହିଥିବା ଜଣାଯାଇଛି । 

ପଦ୍ମପୁରରେ ବିଜେଡି ତା’ର ଆସନ ବଜାୟ ରଖୁଛି ନା ଧାମନଗର ପରି ପଦ୍ମପୁରରେ ପଦ୍ମ ଫୁଟାଇବ ବିଜେପି, ତା’ ଉପରେ ସମସ୍ତଙ୍କ ନଜର । ବିଜେଡି ପ୍ରାର୍ଥୀ ବର୍ଷା ବରିହା ସିଂ, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ସମେତ ୧୦ଜଣଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ।  ୨୩ ରାଉଣ୍ଡ ଗଣନା ପରେ ଫଳାଫଳ ବାହାରିବ । ତେବେ  ରାଉଣ୍ଡ-୪୫  ଗଣତି ଶେଷ ସୁଦ୍ଧା କାହାକୁ କେତେ ଭୋଟ ମିଳିଛି ଆସନ୍ତୁ ଜାଣିବା

ପ୍ରଦୀପ ପୁରୋହିତ(ବିଜେପି)- ୪୧୫୭    ମୋଟ-୧୭୮୧୬
ବର୍ଷା ସିଂ ବରିହା(ବିଜେଡି)-୪୩୬୧ ମୋଟ-୨୬୧୯୮
ସତ୍ୟଭୂଷଣ ସାହୁ(କଂଗ୍ରେସ-)୨୨୯    ମୋଟ-୮୪୫

 

Powered by Froala Editor