ପଦ୍ମପୁର ଉପନିର୍ବାଚନରେ ଆଜି ଭୋଟ୍‌ ଗଣତି : ରାଉଣ୍ଡ-୬ ସୁଦ୍ଧା କାହାକୁ କେତେ ଭୋଟ

ପଦ୍ମପୁର ଉପନିର୍ବାଚନରେ ଆଜି ଭୋଟ୍‌ ଗଣତି : ରାଉଣ୍ଡ-୬ ସୁଦ୍ଧା କାହାକୁ କେତେ ଭୋଟ

ରାଜ୍ୟ ଖବର

ଭୁବନେଶ୍ୱର:  ପଦ୍ମପୁର ଉପନିର୍ବାଚନରେ ଆଜି ଭୋଟ୍‌ ଗଣତି ଚାଲିଛି। ପଦମପୁର ଫାଇଟରେ କିଏ ମାରିବ ବାଜି ? କିଏ ପିନ୍ଧିବ ବିଜୟ ଟୀକା ? ୨୦୨୪ ପୂର୍ବରୁ କଣ ରାୟ ଦେବ ପଦମପୁର । କଣ କହୁଛି ଜନାଦେଶ । ଧଡ଼ଧଡ଼ ହେଲାଣି ନେତାଙ୍କ ଛାତି । ଷ୍ଟ୍ରଙ୍ଗ ରୁମ ଖୋଲିବା ପରେ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲଟ ପେପର ଗଣିତହେବା ପରେ ଏବେ ଇଭିଏମ ଭୋଟ ଗଣତି ଜାରି ରହିଛି । । ମୋଟ ୨୩ ରାଉଣ୍ଡ ଗଣତି ହେବାକୁ ଥିବାବେଳେ ରାଉଣ୍ଡ-୬  ଗଣତି ଶେଷ ହୋଇଛି। ରାଉଣ୍ଡ-୬  ଶେଷ ସୁଦ୍ଧା ବିଜେଡି ଆଗରେ ରହିଛି। ପଦ୍ମପୁରରେ ବିଜେଡି ତା’ର ଆସନ ବଜାୟ ରଖୁଛି ନା ଧାମନଗର ପରି ପଦ୍ମପୁରରେ ପଦ୍ମ ଫୁଟାଇବ ବିଜେପି, ତା’ ଉପରେ ସମସ୍ତଙ୍କ ନଜର । ବିଜେଡି ପ୍ରାର୍ଥୀ ବର୍ଷା ବରିହା ସିଂ, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ସମେତ ୧୦ଜଣଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ।  ୨୩ ରାଉଣ୍ଡ ଗଣନା ପରେ ଫଳାଫଳ ବାହାରିବ । ତେବେ  ରାଉଣ୍ଡ-୬  ଗଣତି ଶେଷ ସୁଦ୍ଧା କାହାକୁ କେତେ ଭୋଟ ମିଳିଛି ଆସନ୍ତୁ ଜାଣିବା

ପ୍ରଦୀପ ପୁରୋହିତ(ବିଜେପି)- ୩୩୬୬     ମୋଟ-୨୧୧୮୨

ବର୍ଷା ସିଂ ବରିହା(ବିଜେଡି)-୫୬୮୮          ମୋଟ-୩୧୮୮୬

ସତ୍ୟଭୂଷଣ ସାହୁ(କଂଗ୍ରେସ-)୧୨୫           ମୋଟ-୯୭୦

 ବିଦ୍ୟାଧର ପାଣ୍ଡଭ-୧୩                       ମୋଟ-୮୦

 ମୁକ୍ତେଶ୍ୱର ଦାସ-୧୧                            ମୋଟ-୬୦

ଉଦିତ ବନ୍ଦିଆ-୨୫                                  ମୋଟ-୧୧୨

ଗଙ୍ଗାଧର ସାହା-୨୦                             ମୋଟ-୧୧୬

ଦେବରଚନ ନାୟକ-୨୩                     ମୋଟ-୧୩୪

ବୃନ୍ଦାବନ ପରୋହିତ-୨୫                         ମୋଟ-୧୪୩

ସହଦେବ ସାହୁ-୪୬                            ମୋଟ-୩୧୭

ନୋଟା-୭୭                                        ମୋଟ-୫୫୦



Powered by Froala Editor