ଏହିସବୁ ରାଜ୍ୟକୁ ବାତ୍ୟା ଭୟ?

ଏହିସବୁ ରାଜ୍ୟକୁ ବାତ୍ୟା ଭୟ?

ଜାତୀୟ ଖବର

ନୂଆଦିଲ୍ଲୀ: ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ଥିବା ତୀବ୍ର ଅବପାତ ଆହୁରି ତୀବ୍ରତର ହୋଇ ସାମୁଦ୍ରିକ ବାତ୍ୟା ‘ମ୍ୟାଣ୍ଡସ୍‌’ରେ ପରିଣିତ ହୋଇଛି। ସେଥିପାଇଁ ଭାରତୀୟ ପାଣିପାଗ ବିଭାଗ ଆଜି ସକାଳେ ଉତ୍ତର ତାମିଲନାଡୁ, ପୁଡ୍ଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ପ୍ରତି ସତର୍କ ସୂଚନା ଜାରି କରିଛି।ଗତରାତି ୩.୧୨ରେ ଭାରତୀୟ ପାଣିପାଗ ବିଭାଗ ଟୁଇଟ୍‌ କରିଥିବା ‘ୟେଲୋ ମେସେଜ୍‌’ରେ ଲେଖିଛି: ଦକ୍ଷିଣପଶ୍ଚିମ ଏବଂ ତତ୍‌ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ଥିବା ତୀବ୍ର ଅବପାତ ଆହୁରି ତୀବ୍ରତର ହୋଇ ସାମୁଦ୍ରିକ ବାତ୍ୟା ‘ମ୍ୟାଣ୍ଡସ୍’ରେ ପରିଣତ ହୋଇଛି। ତେଣୁ, ତାମିଲନାଡୁ, ପୁଡ୍ଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅଞ୍ଚଳ ପ୍ରତି ବାତ୍ୟା ସତର୍କତ ଜାରି କରାଗଲା।

ବାତ୍ୟାର ଅବସ୍ଥିତି ସଂକ୍ରାନ୍ତରେ ଜାରି ସୂଚନା ଅନୁସାରେ, ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଉପରେ ଥିବା ‘ମ୍ୟାଣ୍ଡସ୍‌’ ଗତ ୩ଘଣ୍ଟା ହେବ ଘଣ୍ଟାପ୍ରତି ୮ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ ଆଡ଼କୁ ଗତିକରି ରାତି ୨.୩୦ ସୁଦ୍ଧା ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଉପରେ ତ୍ରିଙ୍କୋମାଲୀର (ଶୀଲଙ୍କା) ପୂର୍ବ-ଉତ୍ତରପୂର୍ବ ଠାରୁ ୩୬୦ କିଲୋମିଟର, ଜାଫ୍ନାର (ଶ୍ରୀଲଙ୍କା) ୪୮୦ କିଲୋମିଟର୍‌ ପୂର୍ବ-ଦକ୍ଷିଣପୂର୍ବ, କରାକଲର ପୂର୍ବ-ଦକ୍ଷିଣପୂର୍ବକୁ ୫୩୦ କିଲୋମିଟର ଏବଂ ଚେନ୍ନାଇର ଦକ୍ଷିଣପୂର୍ବକୁ ପ୍ରାୟ ୬୨୦ କିଲୋମିଟର୍‌ ଦୂରରେ କେନ୍ଦ୍ରୀଭୂତ ହୋଇଛି।



Powered by Froala Editor