ପଦ୍ମପୁର ଭୋଟ ଗଣତି :   ୧୫,୫୪୧ ଖଣ୍ଡ ଭୋଟରେ ଆଗୁଆ ଶଙ୍ଖ

ପଦ୍ମପୁର ଭୋଟ ଗଣତି : ୧୫,୫୪୧ ଖଣ୍ଡ ଭୋଟରେ ଆଗୁଆ ଶଙ୍ଖ

ରାଜ୍ୟ ଖବର


ଭୁବନେଶ୍ୱର: ପଦ୍ମପୁର ପାଇଁ ଚାଲିଛି ଭୋଟ ଗଣତି ।  ରାଉଣ୍ଡ ପରେ ରାଉଣ୍ଡ ଭୋଟ ଗଣତି ଆଗେଇ ଚାଲିଛି । ଆଉ ଯାହା ଫଳାଫଳର ଟ୍ରେଣ୍ଡ ଆସୁଛି ସେଥିରୁ ଜଣାପଡ଼ୁଛି ପଦ୍ମପୁରରେ କେବଳ ଶଙ୍ଖ ଧ୍ୱନୀ ଶୁଭୁଛି । ଆଉ ପଦ୍ମପୁରରେ ଫୁଲ ମଉଳିଯିବ ବୋଲି ଆଭାସ ମିଳୁଛି । ଏକଥା ଆମେ କହୁଁ ନାହୁଁ । ଭୋଟ ଗଣତିର ଯାହା ଟ୍ରେଣ୍ଡ ସାମନାକୁ ଆସୁଛି ସେଥିରୁ ତାହା ହିଁ ଜଣାପଡ଼ୁଛି । ମାଡ଼ି ଚାଲିଛି ବିଜେଡି । ଭୋଟ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି । ବିରୋଧୀଙ୍କୁ ପଛରେ ପକାଇ ଦ୍ରତ ଗତିରେ ଆଗେଇ ଚାଲିଛି ବିଜେଡି । ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ପଛରେ ପକାଇ ଆଗକୁ ଆଗକୁ ମାଡ଼ି ଚାଲିଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । ପ୍ରଥମ ରାଉଣ୍ଡ ଭୋଟ ଗଣତି ଠାରୁ ହିଁ ବିଜେଡି ଆଗୁଆ ରହିଛି ।  ମୋଟ ୨୩ ରାଉଣ୍ଡ ଭୋଟ ଗଣତି ହେବାକୁ ଥିବାବେଳେ ଏବେ ସୁଦ୍ଧା ଷଷ୍ଠ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି । ଆଉ ଅଷ୍ଟମ ରାଉଣ୍ଡ ସୁଦ୍ଧା ବିଜେଡି ୧୫,୫୪୧  ଖଣ୍ଡ ଭୋଟରେ ଆଗୁଆ ରହିଥିବା ଜଣାଯାଇଛି । 

ତେବେ  ରାଉଣ୍ଡ-୮  ଗଣତି ଶେଷ ସୁଦ୍ଧା କାହାକୁ କେତେ ଭୋଟ ମିଳିଛି ଆସନ୍ତୁ ଜାଣିବା

ପ୍ରଦୀପ ପୁରୋହିତ(ବିଜେପି)- ୩୦୪୭    ମୋଟ-୨୮୧୫୦
ବର୍ଷା ସିଂ ବରିହା(ବିଜେଡି)-୬୦୪୦ ମୋଟ-୪୩୬୯୧
ସତ୍ୟଭୂଷଣ ସାହୁ(କଂଗ୍ରେସ-)୫୦୩ ମୋଟ-୧୬୩୪

ପଦ୍ମପୁରରେ ବିଜେଡି ତା’ର ଆସନ ବଜାୟ ରଖୁଛି ନା ଧାମନଗର ପରି ପଦ୍ମପୁରରେ ପଦ୍ମ ଫୁଟାଇବ ବିଜେପି, ତା’ ଉପରେ ସମସ୍ତଙ୍କ ନଜର । ବିଜେଡି ପ୍ରାର୍ଥୀ ବର୍ଷା ବରିହା ସିଂ, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ସମେତ ୧୦ଜଣଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ।  ୨୩ ରାଉଣ୍ଡ ଗଣନା ପରେ ଫଳାଫଳ ବାହାରିବ। 

 



Powered by Froala Editor