ବାତ୍ୟା ନେଇ ବଡ ଖବର, ଜାଣନ୍ତୁ କ’ଣ

ବାତ୍ୟା ନେଇ ବଡ ଖବର, ଜାଣନ୍ତୁ କ’ଣ

ରାଜ୍ୟ ଖବର

ଭୁବନେଶ୍ୱର : ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୟଙ୍କର ସାମୁଦ୍ରିକ ଝଡ ‘ମେଣ୍ଡୋସ’ ଭୀଷଣ ବାତ୍ୟାର ରୂପ ନେଇଛି  । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ବେଗରେ ଗତି କରିବା ସହ କରାଇକାଲର ପୂର୍ବ-ଦକ୍ଷିଣ ପୂର୍ବ ଦିଗଠାରୁ ୨୪୦ କିଲୋମିଟର ଦୂରରେ ରହିଛି । ଏହା ଉପକୂଳମୁହାଁ ହେଉଥିବାରୁ ତାମିଲନାଡୁରେ ସତର୍କତା ଜାରି କରାଯାଇଛି । ଚେଙ୍ଗଲପାଟୁ, ଭିଲୁପୁରମ, କାଞ୍ଚିପୁରମ ଜିଲ୍ଲାକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି ।


ଆଜି ମଧ୍ୟରାତି ସୁଦ୍ଧା ଏହା ଉତର ତାମିଲନାଡୁ, ପୁଡୁଚେରୀ ଓ ସଲଗ୍ନ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି  । ପୁଡୁଚେରୀ ପାଇଁ ପ୍ରବଳ ବର୍ଷା ସମ୍ଭାବନା ଦୃଷ୍ଟିରୁ ଆଲର୍ଟ ଜାରି କରାଯାଇଛି । ଏହାର ପ୍ରଭାବରେ ଘଂଟାପ୍ରତି ୬୫ରୁ ୭୫ କିଲୋମିଟର ବେଗରେ ପବନ ବୋହିବା ସହ ମହାବଳୀପୁରମର ଆଖପାଖ ଅଂଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ  ।

ତେବେ ଓଡିଶା ଉପରେ ଏହାର ସିଧାସଳଖ କୌଣସି ପ୍ରଭାବ ପଡିବ ନାହିଁ  । କିନ୍ତୁ ବାତ୍ୟାର ବାହ୍ୟ ବଳୟ ପ୍ରଭାବରେ ଆଜି ଓ ଆସନ୍ତାକାଲି ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । 


Powered by Froala Editor