ମାଟ୍ରିକ୍‌ ସମେଟିଭ୍‌ ପରୀକ୍ଷାକୁ ନେଇ ବଡ ଖବର ଜାଣନ୍ତୁ କ’ଣ ?

ମାଟ୍ରିକ୍‌ ସମେଟିଭ୍‌ ପରୀକ୍ଷାକୁ ନେଇ ବଡ ଖବର ଜାଣନ୍ତୁ କ’ଣ ?

ରାଜ୍ୟ ଖବର


ଭୁବନେଶ୍ୱର:  ଆଜିଠୁ ମାଟ୍ରିକ୍‌ ସମେଟିଭ -୧ ଖାତା ଦେଖା ଆରମ୍ଭ ହୋଇଛି । ମୋଟ ୫୬ଟି କେନ୍ଦ୍ରରେ ୧୨୪୫୦ ଶିକ୍ଷକ ମୂଲ୍ୟାୟନରେ ନିୟୋଜିତ ଅଛନ୍ତି । ଖାତା ଦେଖା ସକାଳ ୯ଟାରୁ ସନ୍ଧ୍ୟା ୫ଟା ଯାଏ ଚାଲିବ ।

 ସୂଚନାଥାଉକି ଗତ ନଭେମ୍ବର ୨୩ ତାରିଖରେ ସମେଟିଭ୍‌ ପରୀକ୍ଷା ଆରମ୍ଭ ହୋଇଥିଲା । ଚଳିତ ବର୍ଷ ୫ ଲକ୍ଷ ୪୦ ହଜାର ୭୧୨ ଜଣ ପରୀକ୍ଷାର୍ଥୀ ୩୦୨୯ଟି କେନ୍ଦ୍ରରେ ଦେଇଥିଲେ । ସେହିପରି ମଧ୍ୟମାରେ ୨ ହଜାର ୯୧୪ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ୧୦୮ ଟି କେନ୍ଦ୍ର ଥିବା ବେଳେ ଓପନ୍‌ ସ୍କୁଲ ସାର୍ଟିଫିକେଟ ପାଇଁ ୭୧୮୧ ଜଣ ପରୀକ୍ଷାର୍ଥୀ ୧୪୬ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ।

୩୧୬ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର କଡ଼ା ସୁରକ୍ଷାରେ ରହିଥିଲା । ନକ୍ସଲ  ପ୍ରଭାବିତ ଅଂଚଳରେ ୨୨ଟି ନୋଡାଲ ସେଣ୍ଟର୍‌ କରାଯାଇଥିଲା । ଚଳିତଥର ସମେଟିଭ-ୱାନ୍‌ ଓ ସମେଟିଭ-ଟୁ ପରୀକ୍ଷା ସହ ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷାରୁ ପରୀକ୍ଷାର୍ଥୀଙ୍କ ମାର୍କର ମୂଲ୍ୟାଙ୍କନ କରାଯିବ ।


Powered by Froala Editor