ବାତ୍ୟା ମାଣ୍ଡୋସ , ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ

ବାତ୍ୟା ମାଣ୍ଡୋସ , ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ

ଜାତୀୟ ଖବର

ଚେନ୍ନାଇ: ବାତ୍ୟା ମାଣ୍ଡୋସ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ। ମାମଲାପୁରମରେ ସ୍ଥଳଭାଗ ଛୁଇଁବା ନେଇ ସ୍ପଷ୍ଟ କଲା ଭାରତୀୟ ପାଣିପାଗ ବିଭାଗ। ଉପକୂଳବର୍ତ୍ତି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି। ଚେନ୍ନାଇରେ ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନ ଜଳମଗ୍ନ। ଅନେକ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି। ଧିରେ ଧରେ ବାତ୍ୟା ମାଣ୍ଡୋସ ଦୁର୍ବଳ ହେବାର ଲାଗିଛି ବୋଲି ଆକଳନ କରାଯଇଛି।

 ଅପରପକ୍ଷରେ ବାତ୍ୟା ମାଣ୍ଡୋସରର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଉପକୂଳବର୍ତ୍ତି ଏବଂ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ସାମାନ୍ୟରୁ ଅଳ୍ପ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।



Powered by Froala Editor