ସୋମବାର ବିଧାୟକ ଭାବେ ଶପଥ ଗ୍ରହଣ କରିବେ ବର୍ଷା ସିଂ ବରିହା

ସୋମବାର ବିଧାୟକ ଭାବେ ଶପଥ ଗ୍ରହଣ କରିବେ ବର୍ଷା ସିଂ ବରିହା

ରାଜ୍ୟ ଖବର

ଭୁବନେଶ୍ୱର: ଆସନ୍ତା ସୋମବାର ବିଧାୟକ ଭାବେ ଶପଥ ଗ୍ରହଣ କରିବେ ବର୍ଷା ସିଂ ବରିହା। ଆଜି ଭୁବନେଶ୍ୱରରେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ସାକ୍ଷାତ କରିବା ପରେ ବର୍ଷା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଁ ବାଚସ୍ପତିଙ୍କ ଆର୍ଶୀବାଦ ନେବାକୁ ଆସିଥିଲି। ସୋମବାର ଦିନ ସାଢ଼େ ୧୧ଟା ସମୟରେ ଶପଥ ଗ୍ରହଣ ଉତ୍ସବ ରହିଛି।
ବର୍ଷା ପଦ୍ମପୁର ଉପ ନିର୍ବାଚନ ଜିତିବା ପରେ ଗତକାଲି ଭୁବନେଶ୍ୱର ଆସିଥିଲେ। ସେ ପ୍ରଥମେ ଶ୍ୱଶୁର ଘରକୁ ଯାଇଥିଲେ। ସେଠାରେ ଶାଶୁ ଓ ଶଶୁରଙ୍କ ଆର୍ଶୀବାଦ ନେଇଥିଲେ। ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ।


ସୂଚନାଯୋଗ୍ୟ, ବିଜୟ ରଞ୍ଜନ ସିଂ ବରିହାଙ୍କ ମୃତ୍ୟୁ ପରେ ଗତ ୫ ତାରିଖରେ ପଦ୍ମପୁରରେ ଉପନିର୍ବାଚନ ହୋଇଥିଲା। ଏଥିରେ ବିଜୟଙ୍କ ଝିଅ ବର୍ଷାଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା। ବର୍ଷା ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ  ୪୨ ହଜାର ୬୭୯ ଖଣ୍ଡ  ଭୋଟ୍‌ରେ ପରାସ୍ତ କରିଥିଲେ।

Powered by Froala Editor