ଆଜି ସରୁଛି ଅର୍ଚ୍ଚନାଙ୍କ  ରିମାଣ୍ଡ ଅବଧି

ଆଜି ସରୁଛି ଅର୍ଚ୍ଚନାଙ୍କ ରିମାଣ୍ଡ ଅବଧି

ରାଜ୍ୟ ଖବର

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମାଲାରେ ଅଡୁଆ ବଢିବାରେ ଲାଗିଛି । ଆଜି ୭ ଦିନିଆ ରିମାଣ୍ଡ ଆଜି ସରୁଥିଲେ ମଧ୍ୟ  ଇଡିକୁ ଅର୍ଚ୍ଚନା ସହଯୋଗ କରୁନଥିବା ସୂଚନା ମିଳିଛଇ । ତେବେ ଏଥିପାଇଁ ଆଗକୁ ତଦନ୍ତ ଦିଗହରା ହେବ କି, ଏନେଇ ଚର୍ଚ୍ଚା ଜୋର ଧରିଛି ।  ତେବେ କାହିଁକି ସେ ମୁହଁ ଖୋଲୁ ନାହାନ୍ତି ?  ଅର୍ଚ୍ଚନାଙ୍କ ଉପରେ ପଡିଛି କି ବାହ୍ୟ ଚାପ ? ଯଦି ଚାପ ପଡିଛି, ତେବେ କିଏ ପକାଇଛି ଚାପ  । ଟଙ୍କା ଟ୍ରାଞ୍ଜାକ୍ସନଠାରୁ ଆରମ୍ଭ କରି ହାଇପ୍ରୋଫାଇଲ ଲିଙ୍କ୍‌ ପର୍ଯ୍ୟନ୍ତ ଇଡି ପ୍ରଶ୍ନର କୌଣସି ଉତ୍ତର ଦେଉ ନାହାନ୍ତି ଅର୍ଚ୍ଚନା ।  ଯାହାକୁ ନେଇ ତଦନ୍ତ ଦିଗହରା ହେବା ନେଇ ଚର୍ଚ୍ଚା ଜୋର ଧରିଛି ।


ସୂଚନାଥାଉକି, ଗତ ୬ ତାରିଖରେ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେଇଥିଲା ଇଡି । ରିମାଣ୍ଡରେ ନେବା ପୂର୍ବରୁ ତାଙ୍କର ମେଡିକାଲ୍‌ ଚେକ୍‌ଅପ୍‌ କରାଯାଇଥିଲା । କ୍ୟାପିଟାଲ୍‌ ହସ୍ପିଟାଲରୁ ବାହାରିବା ବେଳେ ଗଣମାଧ୍ୟମ ଆଗରେ ଦେଖିଥିବା ବୟାନ୍‌କୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା ।



Powered by Froala Editor